ତାଳଚେର ରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ

( ମନିଲ କୁମାର ମହାରଣା) : ଗତକାଲି ତାଳଚେରଠାରେ ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ଶୁଭ ଉଦଘାଟନ କରିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା । ୧୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ମା’ ଓ ଶିଶୁଙ୍କ ଚିକିତ୍ସା କ୍ଷେତ୍ରରେ ଉପଯୋଗି ହୋଇପାରିବ ବୋଲି ସେ କହିଛନ୍ତି । ଏଥିପାଇଁ ଉପଖଣ୍ଡ ଡାକ୍ତରଖାନା ରେ ଏକ ସାଧାରଣ ସଭାର ଆୟୋଜନ କରାଯାଇ ଥିଲା । ତେବେ ବର୍ତମାନ ଏହି ମେଡିକାଲ ରେ ଡାକ୍ତର ଙ୍କ ଅଭାବ ଥିବା ନେଇ ମନ୍ତ୍ରୀ ସ୍ୱୀକାର କରିବା ସହ ଖୁବ ଶୀଘ୍ର ଡାକ୍ତର ଓ ଅନ୍ୟାନ୍ୟ ଷ୍ଟାଫ ନିଯୁକ୍ତି ଦିଆ ଯିବ ବୋଲି ସେ କହିଥିଲେ ।

ତାଳଚେର ର ଉପଖଣ୍ଡ ସରକାରୀ ଚିକିତ୍ସାଳୟ ମଣ୍ଡାପାଳରେ ଡାକ୍ତର ଘୋର ଅଭାବ ହୋଇଥିବାବେଳେ ସେହି ନିକଟରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା । ତେଣୁ ଏହାର ପ୍ରତିବାଦ କରି ତାଳଚେର ବିଜେପି ପକ୍ଷରୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଗସ୍ତକୁ ବାଇ ପାସ୍ ଛକ ଠାରେ ବିରୋଧ କରା ଯାଇଥିଲା । ତାଳଚେର ପୋଲିସ ୧୫ ରୁ ଉଦ୍ଧ୍ୱର୍ କର୍ମୀ ଙ୍କୁ ଗିରଫ କରିଥିଲା।