ପାରାଦୀପ ଡମ୍ଫର ମାଲିକ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ

ପାରାଦୀପ ଡମ୍ଫର ମାଲିକ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସବିତା ମହାପାତ୍ରଙ୍କ ସଭାପତିତ୍ବରେ ଶପଥ ଗ୍ରହଣ ଉତ୍ସବ ମୂଖ୍ୟ ଅତିଥି ଭାବେ ଓ.ଏସ୍.ଏଲ୍ ର ବରିଷ୍ଠ ଅଧିକାରୀ ବି.କେ ଓଝା, ରିପ୍ଲେ କମ୍ପାନୀର ଅଧିକାରୀ ପ୍ରଦୀପ ବୋଷ ପ୍ରମୁଖ ଉପସ୍ଥିତ ଥିଲେ। ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ପାରାଦୀପର ଏକମାତ୍ର ଡମ୍ଫର ମାଲିକ ସଂଘ ନିୟମିତ ଭାବେ ଦୀର୍ଘ ୩୫ବର୍ଷ ହେବ ମାଲ ପରିବହନ କରି ପାରାଦୀପ ବନ୍ଦରକୁ ସେବା ଯୋଗାଇ ଦେଇ ଆସୁଛି। ଚଳିତଥର ପାରାଦୀପ ବନ୍ଦର ପଣ୍ୟ କାରବାର କ୍ଷେତ୍ରରେ ୧୦୦ ମିଲିୟନ ପଣ୍ୟ କାରବାର କରି ରେକର୍ଡ ସୃଷ୍ଟି କରିଥିବା ବେଳେ ଡମ୍ଫର ମାଲିକ ସଂଘର ମଧ୍ୟ ଅବଦାନ ରହିଛି। ପାରାଦୀପ ବନ୍ଦର ତାର ସମସ୍ତ ବର୍ଥକୁ ମେକାନାଇଜ୍ କରୁଥିବା ବେଳେ ଡମ୍ଫର ମାଲିକଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ତିନୋଟି ବର୍ଥକୁ ମାନୁଆଲ୍ ବର୍ଥ କରିବା ପାଇଁ ପାରାଦୀପ ବନ୍ଦରକୁ ନିବେଦନ କରିବ ବୋଲି ଡମ୍ଫର ମାଲିକ ସଂଘ ସଭାପତି ବିଜୟ କୁମାର ନାୟକ କହିଛନ୍ତି।