ଜାତୀୟ ପ୍ରେସ୍ ଦିବସ: ଗଣମାଧ୍ୟମର ସ୍ୱାଧୀନତା ଓ ନିରପେକ୍ଷତାର ପ୍ରତୀକ

ସତ୍ୟର ସ୍ୱରକୁ ଶାଣିତ କରିବାର ଦିନ। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ସମ୍ମାନ ଜଣାଇବାର ଦିନ। ଆଜି ନଭେମ୍ବର ୧୬, ଜାତୀୟ ପ୍ରେସ୍ ଦିବସ। ସମାଜରେ ସାମ୍ବାଦିକତାର ଗୁରୁତ୍ୱ, ଦାୟିତ୍ୱ ଏବଂ ଗଣମାଧ୍ୟମର ସ୍ୱାଧୀନତାକୁ ମନେ ପକାଇବା ପାଇଁ ପ୍ରତିବର୍ଷ ଏହି ଦିନ ପାଳନ କରାଯାଏ। ୧୯୬୬ ମସିହା ନଭେମ୍ବର ୧୬ ତାରିଖରେ ଭାରତୀୟ ପ୍ରେସ୍ ପରିଷଦ ବା ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ କାର୍ଯ୍ୟ ଆରମ୍ଭ କରିଥିଲା। ସେହି ଐତିହାସିକ ଦିନକୁ ମନେ ରଖି ଜାତୀୟ ପ୍ରେସ୍ ଦିବସ ପାଳନ ହୋଇଆସୁଛି।

National Press Day 2024: Honouring Journalism in the Digital Era

ସମାଜର ଅନ୍ୟାୟ, ଅନୀତି, ଦୁର୍ନୀତି ଏବଂ ଅବ୍ୟବସ୍ଥାକୁ ଲୋକଲୋଚନକୁ ଆଣିବାରେ ଗଣମାଧ୍ୟମର ଭୂମିକା ଅତୁଳନୀୟ। କ୍ଷମତାରେ ଥିବା ବ୍ୟକ୍ତିଙ୍କୁ ପ୍ରଶ୍ନ କରିବା ସହ ସାଧାରଣ ଲୋକଙ୍କ ସମସ୍ୟାକୁ ଶାସନ ବ୍ୟବସ୍ଥା ନିକଟରେ ପହଞ୍ଚାଇଥାଏ ଗଣମାଧ୍ୟମ। ତେବେ ବର୍ତ୍ତମାନର ଡିଜିଟାଲ୍ ଯୁଗରେ ମିଥ୍ୟା ଖବର ଏବଂ ଅପପ୍ରଚାର ଏକ ବଡ଼ ଆହ୍ୱାନ। ଏଭଳି ସମୟରେ ନିରପେକ୍ଷତା, ସତ୍ୟତା ଓ ନୈତିକତା ବଜାୟ ରଖିବା ସାମ୍ବାଦିକତାର ପ୍ରମୁଖ ଦାୟିତ୍ୱ।