(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ରମଜାନ୍ ସମୟରେ ସକାଳ ୭ଟା ବଦଳରେ ଭୋର ୪ଟା ୩୦ ମିନିଟ୍ ବା ୫ଟାରୁ ମତଦାନ ଆରମ୍ଭ କରିବାକୁ ଯେଉଁ ଆବେଦନ କରାଯାଇଥିଲା , ତାକୁ ଆଜି ସୁପ୍ରିମ୍ କୋର୍ଟ ଖାରଜ କରିଛନ୍ତି। ଏହା ଉପରେ କୌଣସି ଶୁଣାଣି ହେବ ନାହିଁ ଏପରି କହିଛନ୍ତି ସୁପ୍ରିମ୍ କୋର୍ଟ। ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ଏବଂ ସଂଜୀବ ଖାନ୍ନା ଏହି ମାମଲାର ଶୁଣାଣି କରିଛନ୍ତି ।
ସୂଚନାଯାଗ୍ୟ, ନିଜାମୁଦ୍ଦିନ ପାଶା ରମଜାନ୍ ସମୟରେ ସକାଳ ୭ଟା ବଦଳରେ ଭୋର ୪ଟା ୩୦ ମିନିଟ୍ ବା ୫ଟା ସମୟରେ ମତଦାନ ଆରମ୍ଭ କରିବାକୁ ସୁପ୍ରିମକୋର୍ଟରେ ଯାଚିକା ଦାୟର କରିଥିଲେ । ସେ ଦର୍ଶାଇଥିଲେ ଯେ ରମଜାନ୍ ସମୟରେ ମୁସଲମାନମାନେ ଉପବାସ କରିଥିବାରୁ ଖରାରେ ବାହାରକୁ ବାହାରି ଭୋଟ୍ ଦେବା ସହଜ ନୁହେଁ। ତେବେ ଗତ ମେ ୨ରେ ସୁପ୍ରିମକୋର୍ଟ ଏହା ଉପରେ ବିଚାର କରିବାକୁ ନିର୍ବାଚନ ଆୟୋଗଙ୍କୁ କହିଥିଲେ ।