ପଶ୍ଚିମବଙ୍ଗ ସରକାରକୁ ସୁପ୍ରିମକୋର୍ଟର ଭର୍ତ୍ସନା, ଆଇନ-ଶୃଙ୍ଖଳା ନେଇ ଗୁରୁତର ଚିନ୍ତା

New Delhi: ପଶ୍ଚିମବଙ୍ଗରେ ଆଇନ-ଶୃଙ୍ଖଳା ପରିସ୍ଥିତିକୁ ନେଇ ସୁପ୍ରିମ୍ କୋର୍ଟ ଗୁରୁତର ଚିନ୍ତା ପ୍ରକଟ କରିଛନ୍ତି। ମାଲଦା ଜିଲ୍ଲାରେ SIR (Special Intensive Revision) କାମରେ ନିୟୋଜିତ ୩ ଜଣ ମହିଳା ଅଧିକାରୀଙ୍କୁ ଆକ୍ରମଣ ଘଟଣା ପରେ କୋର୍ଟ ଏହାକୁ ଗଭୀର ଭାବେ ଗ୍ରହଣ କରିଛନ୍ତି। ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମତ ପ୍ରକାଶ କରିଛନ୍ତି ଯେ, ରାଜ୍ୟର ଆଇନ-ଶୃଙ୍ଖଳା ପରିସ୍ଥିତି “ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ” ଲାଗୁଛି, ଯାହା ଗୁରୁତର ଚିନ୍ତାର ବିଷୟ।

ଏହା ସହ କୋର୍ଟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓ ପୋଲିସ ଡିଜିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ଅନ୍ୟପଟେ, SIR ପ୍ରକ୍ରିୟାକୁ ସୁଚାରୁ ଭାବେ ଚାଲାଇବା ପାଇଁ Election Commission of Indiaଙ୍କୁ କେନ୍ଦ୍ରୀୟ ସୁରକ୍ଷା ବଳ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା ପରେ ପଶ୍ଚିମବଙ୍ଗର ଆଇନ-ଶୃଙ୍ଖଳା ଓ ନିର୍ବାଚନୀ ପ୍ରକ୍ରିୟାର ସୁରକ୍ଷା ନେଇ ରାଜନୈତିକ ଓ ପ୍ରଶାସନିକ ମହଳରେ ଚର୍ଚ୍ଚା ବୃଦ୍ଧି ପାଇଛି।