(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ଫନି ଏବେ ଭୟଙ୍କର ରୂପ ନେଇଛି । ବାତ୍ୟା ଫୋନି ଓଡ଼ିଶା ପାଇଁ ବିପଦ ଆଣି ଆସୁଛି । ଘଣ୍ଟାକୁ ୧୦ କିମି ବେଗରେ ଓଡ଼ିଶା ମୁହାଁ ହୋଇଛି । ସାମୁଦ୍ରିକ ଝଡ଼ ଫୋନି ଆସନ୍ତା ୩ତାରିଖ ଅପରାହ୍ନରେ ପୁରୀ ବାଲୁଖଣ୍ଡରେ ସ୍ଥଳଭାଗ ଛୁଇବାର ସମ୍ଭାବନା ରହିଛି । ତେଣୁ ରାଜ୍ୟରେ କ୍ଷୟକ୍ଷତିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଉଛି । ଫୋନିର ମୁକାବିଲା ପାଇଁ ୧୨ ଜଣ ଆଇଏଏସ୍ ଅଫିସର ଙ୍କୁ ଦାୟିତ୍ୱ ଦିଆଯାଇଛି ।
ବାଲେଶ୍ୱର ପାଇଁ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ , ପୁରୀ ପାଇଁ ସୁରେଶ ମହାପାତ୍ର , ଭଦ୍ରକ ପାଇଁ ସୁଦର୍ଶନ ପାଲ ଠାକୁର , ଜଗତସିଂହପୁର ପାଇଁ ଶାଶ୍ୱତ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଖୋର୍ଦ୍ଧା ଭଳି ସମ୍ବେଦନଶୀଳ ସ୍ଥାନ ପାଇଁ କ୍ରିଷନ କୁମାରଙ୍କୁ ଦାୟିତ୍ୱ ମିଳିଛି । କେନ୍ଦ୍ରାପଡା ପାଇଁ ହେମନ୍ତ କୁମାର ପାଢୀ ଓ ପ୍ରଦୀପ କୁମାର ଜେନା , ସଂଗ୍ରାମଜିତ ନାୟକ ସିଏମସି ଅଫିସ , ମନିଷା ବାନାର୍ଜୀ ଏସଆରସି ଅଫିସ ସହ ରହିବେ । ଅବଦାଲ ଅଖତରଙ୍କୁ ବାଲେଶ୍ୱର , ଯାଜପୁର ଜିଲ୍ଲା ପାଇଁ ଅନିଲ ସାମଲ ଓ କଟକ ପାଇଁ ସଞ୍ଜୀବ ଚୋପ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି ।