କୄଷି ସାମଗ୍ରୀ ବିକ୍ରେତାଙ୍କ ଏକ ଡିପ୍ଳୋମା ପାଠ୍ୟକ୍ରମ କାର୍ଯ୍ୟକ୍ରମ ଅନୁଷ୍ଠିତ

(ଓମ୍ ପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା କୄଷି ବିଭାଗ ପକ୍ଷରୁ କୄଷି ସାମଗ୍ରୀ ବିକ୍ରେତାଙ୍କ ଏକ ଡିପ୍ଳୋମା ପାଠ୍ୟକ୍ରମ ବିଭାଗର ସମ୍ବୀଳନୀ କକ୍ଷରେ ଆରମ୍ଭ ହୋଇଯାଇଛି। କେନ୍ଦ୍ରିୟ ଯୋଜନା ଅନ୍ତର୍ଗତ ରାଷ୍ଟ୍ରୀୟ କୄଷି ବିକାଶ ଯୋଜନାରେ ଅନୁଷ୍ଠିତ ଏହି ପାଠ୍ୟକ୍ରମରେ ଜିଲ୍ଲାର ୬ ଟି ବ୍ଳକରୁ ୪୦ ଜଣ ମନୋନୀତ ଉଦ୍ୟୋଗୀ ସାମିଲ ହୋଇଥିଲେ।ଏହି ପାଠ୍ୟକ୍ରମରେ ମୋଟ ୪୮ ଦିନ ଧରି ସ୍ୱତନ୍ତ୍ର ତାଲିମ ଦାତାଙ୍କ ଦ୍ୱାରା ତାଲିମ ଦେବାର ବ୍ୟବସ୍ଥା ଥିବାବେଳେ କୄଷି ଯନ୍ତ୍ରପାତି, ସାର ଓ କିଟନାଶକ ଔଷଧର ବ୍ୟବହାର , କ୍ରୟବିକ୍ରୟ ଉପରେ ପାଠ୍ୟକ୍ରମ କରିବାର ବ୍ୟବସ୍ଥା ରହିଛି। ଏଥି ସହ ଭାରତ ସରକାରଙ୍କ ପକ୍ଷରୁ କୄଷି ଯାନ୍ତ୍ରିକ କରଣରେ ଥିବା ରିହାତି ଉପରେ ମଧ୍ୟ କୄଷି ବିଶେଷଜ୍ଞ ଲଳିତ କୁମାର ସାହୁ ତାଲିମ ଦେଇଥିଲେ। ସ୍ୱତନ୍ତ୍ର ପାଠ୍ୟକ୍ରମକୁ କେନ୍ଦ୍ରୀୟ ଯୋଜନା ଅଧିକାରୀ ଗଦାଧର ବାରିକ ସଞ୍ଚାଳନ କରିଥିଲେ।