(ପ୍ରଶାନ୍ତ ସ୍ୱାଇଁ): ୪ ଦଫା ଦାବୀକୁ ନେଇ ପି.ପିଏଲ ସାର କାରଖାନାରେ ଜମି ହରାଇଥିବା ଲୋକଙ୍କର କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ । ପି.ପି.ଏଲ୍ ଜମିହରା ସମାଜ ମଙ୍ଗଳ କମିଟି ପକ୍ଷରୁ ଶତାଧିକ ଜମିହରା ପି.ପିଏଲ ମୁଖ୍ୟ ଫାଟକ ନିକଟରୁ ଏକ ବିରାଟ ଶୋଭାଯାତ୍ରା ଯାଇ ପି.ପିଏଲ କାରଖାନାର ମୁଖ୍ୟ ଫାଟକ ସମ୍ମୁଖରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଓ ଏହା ସହିତ ପି.ପିଏଲ କର୍ତୁପକ୍ଷଙ୍କୁ ଏକ ୪ଦଫା ସମ୍ବଳିତ ଦାବୀ ପତ୍ର ପ୍ରଦାନ କରିଥିଲେ । ୩୦ବର୍ଷ ହେବ ସ୍ଥାନିୟ ଲୋକ ଜମି ହରାଇଥିଲେ ମଧ୍ୟ କମ୍ପାନୀ ଏମାନଙ୍କୁ ଅଣଦେଖା କରି ଆସୁଛି । ମୁଖ୍ୟତ ୨୦୧୦ ମସିହାରେ ଜଗତସିଂହପୁର ଜିଲ୍ଲାପଳଙ୍କ ଉପସ୍ଥିତରେ ନିଷ୍ପତି ହୋଇଥିବା ଜମିର ବର୍ଦ୍ଧିତ ମୁଲ୍ୟ ପ୍ରଦାନ, ଜମିହରାଙ୍କୁ ସ୍ଥାୟୀ ନିଯୁକ୍ତି ଓ ଠିକା କାମ ଯୋଗାଇ ଦେବା ସହ ଆଖପାଖ ଗ୍ରାମର ପାରିପର୍ଶିକ ଉନ୍ନତି କରାଇବା ଦାବୀରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ତେବେ ଆଗାମୀ ୧୫ଦିନ ମଧ୍ୟରେ ଏହି ଦାବୀ ସର୍ମ୍ପକରେ ବିଚାର କରାନଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଜମିହରା କମିଟି ଚେତାବନୀ ଦେଇଛି ।