ସାକ୍ଷାତକାର ପରେ ସେବା ସମବାୟ ସମିତିରେ ପିଅନ ଭାବେ ନିଯୁକ୍ତି ପାଇଥିଲେ । ୨୦୦୦ ମସିହା ଅପ୍ରେଲ ମାସରୁ କାର୍ଯ୍ୟରେ ଯୋଗ ଦେଇଥିଲେ । କିନ୍ତୁ ୨୦୧୮ ମସିହା ଜୁଲାଇ ମାସ ୯ ତାରିଖରେ ତାଙ୍କୁ ନିଲମ୍ବିତ କରିବା ପରେ ଜୁଲାଇ ୧୮ରେ ତାଙ୍କୁ ନିଲମ୍ବନ ଆଦେଶ ମିଳିଲା । କିନ୍ତୁ ଏବେ ପର୍ଯ୍ୟନ୍ତ ନିଲମ୍ବନ ଆଦେଶ ପ୍ରତ୍ୟାହାର ହେଲାନାହିଁ । ନିଲମ୍ବିତ ପିଅନ ଏବେ ନିଜ ପରିବାର ସହ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଘଣ୍ଟେଶ୍ବର ସ୍ଥିତ ଶୁଭଦିଆ ଗାଁର ରମେଶ ଚନ୍ଦ୍ର ବାରିକ ଯଶୀପୁର ସେବା ସମବାୟ ସମିତିରେ ପିଅନ ଭାବେ ୨୦୦୦ ମସିହାରୁ କାର୍ଯ୍ୟ କରୁଥିଲେ । କିନ୍ତୁ ତାଙ୍କୁ ତତ୍କାଳୀନ ସମବାୟ ସମିତି ସଭାପତି ବିନା କାରଣରେ ନିଲମ୍ବିତ କରିବା ସହ ନିଲମ୍ବନର ମାସେ ପରେ ନିଲମ୍ବନ ଆଦେଶ ପଠାଇଥିଲେ । ତେବେ୨୦୧୮ ମସିହାରୁ ଏବେ ପର୍ଯ୍ୟନ୍ତ ତାଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରାଯାଉନାହିଁ । ଏ ନେଇ ରମେଶ ଉପରିସ୍ଥ ଅଧିକାରୀଙ୍କଠାରୁ ରାଜ୍ୟପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ ଦେଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ନିଜ ପରିବାର ସହ ସେବା ସମବାୟ ସମିତିର ଭଦ୍ରକ ସର୍କଲ ଅଫିସ ସମ୍ମୁଖରେ ଅନଶନରେ ବସିଛନ୍ତି । ତେବେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣାରେ ପରିବାର ସହ ବସିବେ ବୋଲି ସୂଚନା ଦେଇଛନ୍ତି । ନିଖିଳ ଓଡିଶା ସମବାୟ କର୍ମଚାରୀ ମହାସଂଘର ସଭାପତି କହିଛନ୍ତି ନିଲମ୍ବନ ହଟାଇବା ସହ ବକେୟା ପାଉଣା ନଦେଲେ ସଂଘ ତରଫରୁ ଆନ୍ଦୋଳନ କରାଯିବ ।