ଆଜି ରାଜ୍ୟସ୍ତରୀୟ ଆଇନ ସାକ୍ଷରତା ଉତ୍ସବ

(ରିପୋର୍ଟସ ଟୁଡେ): ଆଜି ଓଡଶା ଜୁଡିସିଆଲ ଏକାଡେମୀରେ ପାଳିତ ହେବ ରାଜ୍ୟସ୍ତରୀୟ ଆଇନ ସାକ୍ଷାରତା ଉତ୍ସବ । ରାଜ୍ୟ ଆଇନ ସେବା ପ୍ରାଧିକରଣ ଏହି ଉତ୍ସବ ପାଇଁ ଆୟୋଜନ କରିଥିବାବେଳେ ରାଜାସ୍ତରୀୟ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବ ।

ଆଜିର ଉତ୍ସବରେ ହାଇକୋର୍ଟ ମୁଖ୍ୟ ବିଚାରପତି କେ .ଏସ. ଜାଭେରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେବା ସହ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିବେ । ରାଜ୍ୟର ପ୍ରାୟ ୭୪୬ ସ୍କୁଲରେ ଆଇନ ସାକ୍ଷରତା କ୍ଲବ ଗଠିତ ହୋଇଥିବାବେଳେ ହାଇସ୍କୁଲ ସ୍ତରରେ ପ୍ରତ୍ୟେକ ଜିଲ୍ଲାରେ ୧୫ଟି ଆଇନ ସାକ୍ଷରତା କ୍ଲବ ଗଠିତ ହୋଇଛି । କ୍ଲବର ସଦସ୍ୟମାନେ ଜନସାଧାରଣଙ୍କ ମନରେ ଆଇନ ସଚେତନତା ସୃଷ୍ଟି କରିଥାନ୍ତି । ଆଇନ ପ୍ରତି ଅଜ୍ଞ ଥିବା ଜନସାଧାରଣଙ୍କୁ ଏହି ଆଇନ ସାକ୍ଷରତା କ୍ଲବ ଦ୍ୱାରା ସଚେତନତା ସୃଷ୍ଟି କରାଯିବାକୁ ପ୍ରୟାସ କରାଯାଇଛି ।

ତେବେ କ୍ଲବର ସଦସ୍ୟମାନଙ୍କର ଜିଲ୍ଲା ସ୍ତରରେ ହୋଇ ଯାଇଥିବା ପ୍ରତିଯୋଗିତାରେ କୃତୀ ହୋଇଥିବା ପ୍ରତିଯୋଗୀମାନେ ଆଜିର ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ପାଇବେ । ତେବେ ୫ ଟି ଜୋନର ପ୍ରାୟ ୭୦ ଜଣ କୃତୀ ପ୍ରତିଯୋଗୀ ଆଜିର ଏହି ଉତ୍ସବରେ ହେବାକ ଥିବା ପ୍ରତିଯୋଗିତାରେ ଭାଗ ନେବେ । ଏହି ଉତ୍ସବରେ ଜିଲ୍ଲା ଓ ଜୋନ ସ୍ତରରେ ମନୋନୀତ ହୋଇଥିବା କୃତୀ ଆଇନ ସେବା ପ୍ରାଧିକରଣ ଓ ପାରା ଲିଗାଲ ସ୍ୱେଚ୍ଛାସେବୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ ।