ସ୍ୱାଭାବିକ ସମୟ ପୂର୍ବରୁ ଓଡିଶା ଛୁଇଁଲା ଦକ୍ଷିଣ – ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର: ଚଳିତ ବର୍ଷ ସଅଳ ଓଡିଶା ଛୁଇଁଲା ମୌସୁମୀ । ଦକ୍ଷିଣ – ପଶ୍ଚିମ ମୌସୁମୀ ବାୟୁ ସ୍ୱାଭାବିକ ସମୟ ପୂର୍ବରୁ ଓଡିଶା ଛୁଇଁଛି । ତେବେ ୧୯୯୯ରେ ମେ’ ୨୮ରେ ମୌସୁମୀ ଓଡିଶା ଛୁଇଁଥିଲା । ୨୦୦୯ରେ ମେ’ ୨୫ ତାରିଖରେ ମୌସୁମୀ ଓଡିଶା ଛୁଇଁଥିଲା । ଏଥର ପାଗ ଅନୁକୂଳ ଥିବାରୁ ଶୀଘ୍ର ମୌସୁମୀ ଓଡ଼ିଶା ଛୁଇଁଥିବା ଜଣାଯାଇଛି।
ଏପଟେ ରାଜ୍ୟରେ ଲାଗି ରହିଛି ଲଘୁଚାପ ବର୍ଷା । ୩୧ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ ମଧ୍ୟ ବହିବ । ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ଓ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ନେଇ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।