ପଞ୍ଚଦଶ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ

( ଓମ୍ ପ୍ରକାଶ ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ପଞ୍ଚଦଶ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଜିଲ୍ଲାପାଳ ମଧୂସୁଦନ ମିଶ୍ର, ସମ୍ମାନୀୟ ଅତିଥି ଯୁଗ୍ମ ନିର୍ଦ୍ଦେଷକ ପ୍ରସାନ୍ତଜିତ୍ ମିଶ୍ର ଉପସ୍ଥିତ ଥିଲେ। ଧାନ ଚାଷ , କୁକୁଡା ଚାଷ , ବତକ ଚାଷ, ବିଷୟରେ ଏହି ବୈଠକରେ ଆଲୋଚନା କରାଯାଇଥିଲା । ଗତ ୨୦୧୭ ,୨୦୧୮ ବର୍ଷ ଚାଷ ,୨୦୧୮ ,୨୦୧୯ ବର୍ଷରେ ଆଗକୁ କେମିତି ଅଧିକ ଉପ୍ତାଦନ ହେବ ତାହା ବିଷୟରେ ଆଲୋଚନା କରାଯାଇଥିଲା । ଶେଷରେ ସଂପ୍ରସାରଣ ବିଭାଗ ଅଧିକାରୀ ମଧୁମିତା ଦାସ ଓ ତାପସ୍ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।