ବ୍ରଜପାତରେ ଜଣେ ଯୁବକ ମୃତ

( ଓମ୍ ପ୍ରକାଶ ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମିରା ଗାଁରେ ବ୍ରଜପାତରେ ଜଣକର ମୃତ୍ୟୁ ହୋଇଛି । ମୃତକ ଜଣକ କମିରା ଗାଁ ଚୋରୁ ଭୋଇ ବୋଲି ଜଣାପଡିଛି । ଗତକାଲି ସନ୍ଧ୍ୟା ସମୟରେ ନିଜ ଚାଷ ଜମିକୁ ଯାଇଥିବାବେଳେ ହଠାତ୍ ବ୍ରଜପାତ ହେବାରୁ ଘଟଣାସ୍ଥଳରେ ସେ ଅଚେତ ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବୀରମହାରାଜପୁର ଡାକ୍ତରଖାନାକୁ ଅଣାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ସୁବଳୟା ପୋଲିସ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।