ବ୍ଲକସ୍ତରୀୟ ଭିଡିଓ କନଫରେନସର ଶୁଭାରମ୍ଭ କଲେ ଭିଡିଓ

( ଓମ୍ ପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବ୍ଲକସ୍ତରୀୟ ଭିଡିଓ କନଫରେନସ ର ଶୁଭାରମ୍ଭ କରିଥିଲେ ଜିଲ୍ଲାପାଳ ମଧୁସୂଦନ ମିଶ୍ର । ୬ ଟି ବ୍ଳକ ତଥା ଡୁଙ୍ଗୁରିପାଲି ,ତରଭା, ବିରମହାରାଜ ପୁର, ବିନିକା, ଉଲୁଣ୍ଡା,ସୋନପୁର ର ମୁଖ୍ୟ।ଳୟରେ ନବନିର୍ମିତ ଭିଡିଓ କନଫରେସ୍ ମାଧ୍ୟମରେ ବିଡ଼ିଓ, ତହସିଲଦାର ଓ ସିଡିପିଓ ମାନଙ୍କର ସହିତ ସିଧାସଳଖ ବିଭିନ୍ନ ସରକାରୀ ଯୋଜନା ର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ। ସେଠାରେ ଉପସ୍ଥିତ ଥିବା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ, ଅତିରିକ୍ତ ଜିଲ୍ଲାପାଳ ସରତ ଚନ୍ଦ୍ର ପଣ୍ଡା, ପ୍ରକଳ୍ପ ନିଦ୍ଧେଶକ ସୁଯ୍ୟ ନାରାୟଣ ଦାସ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳି ମହାପାତ୍ର ଓ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏବେ ଆଉ କୌଣସି ଅଧିକାରୀଙ୍କ ବାରମ୍ବାର ଜିଲ୍ଲାପାଳଙ୍କ ନିକଟକୁ ଆସିବାକୁ ପଡିବ ନାହିଁ । ଏନେଇ ଲୋକସମ୍ପର୍କ ସୂଚନା ଅଧିକାରୀ ଅଶୋକ କୁମାର ମିଶ୍ର ଧନ୍ୟବାଦ ଜଣାଇଥିଲେ ।