ସୁବର୍ଣ୍ଣ ଜୟନ୍ତି ମହୋତ୍ସବ ଧୁମଧାମରେ ପାଳିତ

( ଓମ୍ ପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲାର ସର୍ବ ପୁରାତନ କାଳୀପୂଜାର ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ଏବର୍ଷ ଧୁମଧାମ୍ ରେ ପାଳିତ ହେଉଛି । ସୁବର୍ଣ୍ଣପୁର ମଝିପଡା କାଳୀପୂଜା କମିଟି ୫୦ ବର୍ଷ ପୂର୍ତ୍ତିକୁ ଅଧିକ ଆକର୍ଷଣୀୟ ସୁବର୍ଣ୍ଣପୁର ଜିଲ୍ଲାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କମିଟିର ସଭାପତି ପୀୟୁଷ ପଣ୍ଡା ଚଳିତ କାଳିପୂଜା ଦୀର୍ଘ ୭ ଦିନ ଧରି ହେଉଥିବାବେଳେ ବିଭିନ୍ନ ଦିବସରେ ପୁରାଣ ପାଠ,ପ୍ରବଚନ,ସାଂସ୍କୃତିକ କାର୍ୟ୍ୟକ୍ରମରେ ଭଜନ ସମାରୋହ ସହ ରାଜ୍ୟ ତଥା ରାଜ୍ୟବାହାରୁ ନୃତ୍ୟଗୀତର ଆୟୋଜନ ହୋଇଛି ବୋଲି କହିଥିଲେ । ସୁବର୍ଣ୍ଣପୁର ମଝିପଡା କାଳୀପୂଜାରେ ବିଗତ ୫୦ ବର୍ଷଧରି ଉଭୟ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟ ମିଳିତ ଭାବେ ଆୟୋଜନ କରି ଆସୁଛନ୍ତି ।