( ଓମ୍ ପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟ ନିର୍ବାଚନ ପର୍ଯ୍ୟବେକ୍ଷକ ତଥା ମତ୍ସ୍ୟ ଓ ପ୍ରାଣୀ ଧନ ବିଭାଗ କମିସନର ବିଶାଳ ଗଗନ ଯୋଗଦେଇ ସ୍ୱଚ୍ଛ ନିର୍ବାଚନ ପରିଚାଳନା ପାଇଁ ଭୋଟର ତାଲିକା ନିହାତି ଆବଶ୍ୟକ । ଏହି ବୈଠକରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର ସ୍ୱ।ଗତ ଭାଷଣ ଦେବା ସହ ଭୋଟର ତାଲିକାକୁ ନିଭୁଲ ଭାବରେ ପ୍ରସ୍ତୁତ କରିବା ପାଇଁ କହିଥିଲେ । ଏହି ବୈଠକରେ ଜିଲ୍ଲାର ସମସ୍ତ ତହସିଲଦାର, ବିଡିଓ, କାର୍ଯ୍ୟନିବାହୀ ଅଧିକାରୀମାନେ ଯୋଗଦେଇଥିଲେ । ଏହି ସଭାଗୃହରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ, ଅତିରିକ୍ତ ଜିଲ୍ଲାପାଳ ସରତ ଚନ୍ଦ୍ର ପଣ୍ଡା, ସୋନପୁର ଉପ ଜିଲ୍ଲାପାଳ ବଳରାମ ମଲ୍ଲିକ, ବିରମହାରାଜ ପୁର ଉପଜିଲ୍ଲା ପାଳ ସୁବ୍ରତ ବେହେରା, ଡି,ଏସ୍,ପି,ମନୋରଞ୍ଜନ ପ୍ରଧାନ ପ୍ରମୁଖ ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।