ଉଦ୍ୟୋଗ ବିକାଶ ତାଲିମ ଶିବିର ଉଦ୍ୟାପିତ

(ସୁରେଶ ସାମାନ୍ତରାୟ) : ବୋଲଗଡ ବ୍ଲକ ଠାରେ ଦୀର୍ଘ ୧୨ଦିନ ଚାଲିଥିବା ଉଦ୍ୟୋଗ ବିକାଶ ତାଲିମ ଶିବିର ଉଦ୍ୟାପିତ ହୋଇଯାଇଛି । ଏହି ଶିବିରରେ ୩୨ଜଣ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ । ଜିଲାଶିଳ୍ପ କେନ୍ଦ୍ର ଭୁବନେଶ୍ୱର ଦ୍ୱାରା ପ୍ରାୟୋଜିତ ଏହି ତାଲିମ ଶିବିରରେ ପିଏମଜିପି ସ୍କିମ ମାଧ୍ୟମରେ ବ୍ୟାଙ୍କ ଗୁଡିକ ସହାୟତାରେ ନିଜସ୍ୱ ଅଣୁ,କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା କରି ଆତ୍ମନିର୍ଭରଶୀଳ ହେବା ପାଇଁ ତାଲିମ ପ୍ରଦାନ କରାଯାଇଥିଲା । ବିଭିନ୍ନ ଯୋଜନାର ପ୍ରସ୍ତୁତ ପ୍ରଣାଳୀ ବଜାର ସୃଷ୍ଟି କରିବା ଟ୍ୟାକ୍ସ ଓ ରାଜ୍ୟସରକାରଙ୍କ ଯୋଜନାର ରିହାତି ବ୍ୟବସ୍ଥା ସଂପର୍କରେ ଆଲୋକପାତ କରାଯାଇଥିଲା । ଏହି ଅବସରରେ ତାଲିମ ଧାରି ମାନଙ୍କୁ ବିଭିନ୍ନ ଉଦ୍ୟୋଗ ଦେଖିବାର ସୁଯୋଗ ଦିଆଯାଇଥିଲା । ଆଜି ଜିଲାଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ନିରାକାର ମିଶ୍ରଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ରୂପେ ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ,ଅଧ୍ୟକ୍ଷ ଗୋପାଳ ବେହେରା,ବିଡିଓ ମଧୁସୁଦନ ବେହେରା, ଡିଆଇସି ଭୂବନେଶ୍ୱର ମଦନମୋହନ ମହାପାତ୍ର,ବିପିଏମ ପ୍ରକାଶ ବଳିୟାରସିଂହ ପ୍ରମୁଖ ଯୋଗଦେଇ ଶିଳ୍ପ ଦ୍ୟୋଗୀ ହୋଇ ଆତ୍ମ ନିର୍ଭରଶୀଳ ହେବା ପାଇଁ ଆହ୍ୱାନ କରିବା ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ବ୍ଲକ ଶିଳ୍ପ ବିକାଶ ଅଧିକାରୀ ପ୍ରେମାନନ୍ଦ ନାଥ ଯୁବକ ଯୁବତୀ ମାନେ ସରକାରୀ ଯୋଜନା ଗୁଡିକର ଉପଯୋଗ କରି ସ୍ୱାବଲମ୍ବି ହେବାକୁ ଆଶାକରି ଧନ୍ୟବାଦ ଅର୍ପଣ କରିଥିଲେ ।