ସିମ୍ ବକ୍ସ ସେଟ୍‌ଅପ୍ ଘଟଣା; ରାଜୁର ମାମୁଁକୁ ପୋଲିସର ମାରାଥନ ଜେରା

ଭୁବନେଶ୍ୱର( ରିପୋଟର୍ସ ଟୁଡେ);-ସିମ୍ ବକ୍ସ ସେଟ୍‌ଅପ୍ ଘଟଣାରେ ଗିରଫ ରାଜୁ ମଣ୍ଡଳ ରିମାଣ୍ଡର ଚତୁର୍ଥ ଦିନ । ରାଜୁର ମାମୁକୁ ପୋଲିସର ମାରାଥନ ଜେରା । ଦୀର୍ଘ ଘଣ୍ଟା ଧରି ଜେରା କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । କେବେ ଠାରୁ ରାଜୁ ମଣ୍ଡଳ ସିମ୍ ବକ୍ସ ସେଟ୍‌ଅପ୍ କାରବାର କରୁଥିଲା ? ପରିବାର ଲୋକେ ଏକଥା ଜାଣିଥିଲେ କି ନାହିଁ ? ରାଜୁ ଘରକୁ ପ୍ରତି ମାସରେ କେତେ ଟଙ୍କା ଦିଏ ? ଓଡିଶା ଏବଂ ରାଞ୍ଚିକୁ କେବେ ଆଉ କେତେ ଥର ଆସେ ସେନେଇ ପଚରା ଉଚରା କରିଛି ପୋଲିସ। ରାଜୁ ମଣ୍ଡଳର ୫ ଦିନିଆ ରିମାଣ୍ଡ ଅବଧି ଶେଷ ହେବାକୁ ଥିବାବେଳେ ଗୁରୁବାରେ ରାଜୁ ମଣ୍ଡଳକୁ କୋର୍ଟରେ ହାଜର କରିବ ସ୍ପେଶାଲ ସ୍କ୍ବାଡ୍। ଆଉ ଥରେ ୧୦ଦିନ ରିମାଣ୍ଡରେ ଆଣିବାକୁ ଆବେଦନ କରିବ କମିଶନରେଟ୍ ପୋଲିସ । ଅନ୍ୟପଟେ ଭୁବନେଶ୍ବରରେ ପହଞ୍ଚିଥିବା ୨ ଜଣିଆ NIA ଟିମ୍ ରାଜୁକୁ ମାରାଥନ ଜେରା କରିବେ । ରାଜୁ ଖୋଲିଛି ଭୁବନେଶ୍ବର, କଟକ, ରାଞ୍ଚି ଲିଙ୍କ୍ ସହ ପାକିସ୍ତାନ, ଚୀନ, ମିଡିଲ ଇଷ୍ଟ ଲିଙ୍କ୍।