ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ସାଇଲେଣ୍ଟ ଡିସ୍କୋ

(ଆଦର୍ଶ ରାଉତ): ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ସାଇଲେଣ୍ଟ ଡିସ୍କୋ, ହଁ କଥା ଟା ଅଡୁଆ ଲାଗୁଥିଲେବି ସତ । ଆସନ୍ତା କାଲି ଏଚଏଚଆଇ ହୋଟେଲରେ ସ୍ପିନଅପ କମ୍ପାନୀ ଦ୍ୱାରା ପ୍ରଥମ ଥର ପାଇଁ ଏହା ଆରମ୍ଭ ହେଉଛି ।

ଏହି ଅବସରରେ ୬ଜଣ ନାମିଦାମୀ ଡିଜେ ବାଦକ, ରାଜ୍ୟ ଓ ରାଜ୍ୟ ବାହାରୁ ଆସି ଡିଜେ ବଜେଇ ଶୁଭାରମ୍ଭ କରିବେ । ଏହି ସାଇଲେଣ୍ଟ ଡିସ୍କୋକୁ ୨୧ରୁ ଅଧିକ ବୟଷ ହୋଇଥିବା ଯୁବକ ଓ ଯୁବତି ସାଙ୍ଗ ହୋଇଯାଇପାରିବେ । ଏହାର ଏଣ୍ଟର ଫି ୧୦୦୦ ଥିବା ବେଳେ, ଶବ୍ଦ ପ୍ରଦୂଷଣରୁ ରକ୍ଷାପାଇଁ ଏହା ଏକ ନୂଆ ପ୍ରୟାସ ।