୧୩ ବର୍ଷର ଟେଷ୍ଟ ଯାତ୍ରାରେ ପଡିଲା ପୂର୍ଣ୍ଣଚ୍ଛେଦ। ରେଡ୍ ବଲ୍ କ୍ରିକେଟକୁ ମହମ୍ମଦ ଶାମିଙ୍କ ଅଲବିଦା। ଟେଷ୍ଟ କ୍ରିକେଟ୍ ରୁ ଅବସର ଘୋଷଣା କଲେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି। ୬୪ଟି ଟେଷ୍ଟ, ୨୨୯ ୱିକେଟ୍ ଓ ଅନେକ ସ୍ମରଣୀୟ ପ୍ରଦର୍ଶନ ସହ ଶେଷ ହୋଇଛି ସାମିଙ୍କ ଟେଷ୍ଟ ଯାତ୍ରା। ସୋସିଆଲ ମିଡିଆରେ ଭାବପ୍ରବଣ ପୋଷ୍ଟ କରି ଟେଷ୍ଟ କ୍ରିକେଟକୁ ବାଏ ବାଏ କହିଛନ୍ତି ଷ୍ଟାର୍ ଭାରତୀୟ ପେସର୍ ମହମ୍ମଦ ସାମି।

୨୦୧୩ ମସିହା ନଭେମ୍ବର ୬ ତାରିଖରେ ଇଡେନ୍ ଗାର୍ଡେନ୍ସରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସେ ଟେଷ୍ଟ ଡେବ୍ୟୁ କରିଥିଲେ। ଆଉ ୧୩ ବର୍ଷ ପରେ ଠିକ୍ ସେହି ତାରିଖରେ ହିଁ ଟେଷ୍ଟ କ୍ରିକେଟକୁ ଅଲବିଦା କହିଛନ୍ତି। ୨୦୧୩ରୁ ୨୦୨୩ ପର୍ୟ୍ୟନ୍ତ ଭାରତ ପାଇଁ ୬୪ଟି ଟେଷ୍ଟ ମ୍ୟାଚ୍ ଖେଳି ୨୨୯ଟି ୱିକେଟ୍ ହାସଲ କରିଛନ୍ତି ଶାମି। ୨୭.୭୧ ହାରରେ ୱିକେଟ୍ ନେଇଥିବା ସାମିଙ୍କ ନାଁରେ ରହିଛି ୬ଟି ପାଞ୍ଚ ୱିକେଟ୍ ସଫଳତା। ଇଂଲଣ୍ଡ ବିପକ୍ଷରେ ୫୬ ରନ୍ ଦେଇ ୬ ୱିକେଟ୍ ତାଙ୍କର ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ।

ସ୍ପିଡ୍, ରିଭର୍ସ ସୁଇଂ ଏବଂ ପୁରୁଣା ବଲ୍ ରେ ବ୍ୟାଟର୍ ଙ୍କୁ ଅସୁବିଧାରେ ପକାଇବାର କଳା ପାଇଁ ସାମି ଭାରତୀୟ ବୋଲିଂ ଲାଇନର ମୁଖ୍ୟ ଅସ୍ତ୍ର ଥିଲେ। ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଭଳି ଦେଶରେ ମଧ୍ୟ ତାଙ୍କ ପ୍ରଦର୍ଶନ ଥିଲା ଉଚ୍ଚକୋଟୀର। ସାମିଙ୍କ କ୍ୟାରିୟର ଯେତିକି ସଫଳତାରେ ଭରା, ସେତିକି ସଂଘର୍ଷର କାହାଣୀ ମଧ୍ୟ ରହିଛି।