ସୁସ୍ଥ ହୋଇ ଘରକୁ ଫେରିଲେ ଶରଦ ପାୱାର

ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଶରଦଚନ୍ଦ୍ର ପାୱାର)ମୁଖ୍ୟ ଶରଦ ପାୱାରଙ୍କୁ ଛାତି ଏବଂ ଶ୍ୱାସକ୍ରିୟା ସଂକ୍ରମଣର ଚିକିତ୍ସା ପରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ୮୪ ବର୍ଷୀୟ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଏବେ ଯଥେଷ୍ଟ ଉନ୍ନତି ଦେଖାଯାଇଛି ଏବଂ ଡାକ୍ତରମାନେ ତାଙ୍କୁ ବର୍ତ୍ତମାନ ପାଇଁ ଘରେ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲର ବରିଷ୍ଠ ଡାକ୍ତର ପ୍ରତୀତ ସମଦାନୀ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରି କହିଛନ୍ତି, ଶରଦ ପାୱାରଙ୍କୁ ସମ୍ପୂର୍ଣ୍ଣ ସ୍ଥିର, ତାଙ୍କୂ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।

ତାଙ୍କ ବାସଭବନରେ ତାଙ୍କର ଚିକିତ୍ସା ଜାରି ରହିବ ।  ଶରଦ ପାୱାରଙ୍କୁ ସମ୍ପ୍ରତି ବ୍ରୋଙ୍କାଇଟିସ୍ ଆଟାକ୍ ହୋଇଥିଲା। ଯାହା ଫଳରେ ତାଙ୍କର ଛାତିରେ ଗମ୍ଭୀର ସଂକ୍ରମଣ ହୋଇଥିଲା । ତେବେ ସମୟୋଚିତ ଚିକିତ୍ସା ଯୋଗୁ ତାଙ୍କ ଅବସ୍ଥାରେ ଦ୍ରୁତ ଉନ୍ନତି ଘଟିଛି। ଡାକ୍ତର କହିଛନ୍ତି, ଯେହେତୁ ତାଙ୍କର ବୟସ ୮୦ ବର୍ଷରୁ ଅଧିକ, ତେଣୁ ତାଙ୍କ ବୟସକୁ ଦୃଷ୍ଟିରେ ରଖି କିଛି ଅତିରିକ୍ତ ନିର୍ଦ୍ଦେଶ ଦିଆଯାଇଛି ।