ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତମାନପଲ୍ଲୀ ଠାରେ ଆଜି ସହିଦ୍ ସୁନାମ ତାମଦୋରା ମହିଳା ଫୁଟବଲ ଟୁର୍ଣ୍ଣାମେଂଟର ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଂଟ ରେ ଦୁଇ ଦଳ ବହୁ ଭଲ ପ୍ରଦର୍ଶନ କରିବା ସହ ଦୁଇ ଦଳ ମଧ୍ୟରୁ ଗୋଟିଏ ଦଳ ଆଜି ଫାଇନାଲରେ ପ୍ରବେଶ କରିଛି । ଆଜିର ଏହି ମ୍ୟାଚ ବହୁତ ଚିତାକର୍ଷକ ହୋଇଥିବା ବେଳେ ଏହି ମ୍ୟାଚକୁ ଶହ ଶହ ଲୋକ ଉପଭୋଗ କରିଥିଲେ । ଏହି ତାମାଦୋରା ଫୁଟବଲ ମ୍ୟାଚ ଦେଖିବା ପାଇଁ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଏହି ମ୍ୟାଚକୁ ଉପଭୋଗ କରିବା ସହ ଏହାର ମଜା ନେଉଥିବା ଦେଖିବା ପାଇଁ ମିଳିଥିଲା ।

ଏହି ମହିଳା ଫୁଟବଲ ଟୁର୍ଣ୍ଣାମେଂଟ ଆଜକୁ ୫ ବର୍ଷ ଧରି ଚାଲିଥିବା ବେଳେ, ଆଜି ଏହି ଟୁର୍ଣ୍ଣାମେଂଟର ଫାଇନଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ଫାଇନାଲ ମ୍ୟାଚଟି ଆଲମା ଏଫସି ସହ ଭୁବନେଶ୍ୱର ଏଫସିର ମୁକାବିଲା ହେଉଥିବା ବେଳେ, ଏଥିରେ ଆଲମା ଏଫସି ୧ ଗୋଲରେ ବିଜୟ ହୋଇଥିଲେ । ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବେ, ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ମଙ୍ଗୁଖିଲ, କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର, ଉତ୍ତମ ରାୟ ଏକ୍ସ ଜେଡପି ଉପସ୍ଥିତ ଥିଲେ । ଏତଦ ବ୍ୟତୀତ ଗ୍ରାମର ସଭାପତି ଦୁଲା ମାଡି, ସେକ୍ରେଟାରୀ ଦେବା ମାଡି, କ୍ୟାସିୟାର ସୁରେଶ ମାଡ଼ି, ସାୟେଡ ଆମଜାଦ, ଭୀମସେନ ମାଡକାମି, ହରିଶ୍ କବାଶି ସୁକମା ଏକ୍ସ ଜିଲ୍ଲା ପରିଷଦ ଚେୟାରମେନ, କୁସାମି ଦେବା ଦୋର୍ନୋପଲ୍,ଏବଂ ଅନ୍ୟାନ୍ୟ ଗ୍ରାମବାସୀ ସହଯୋଗ କରିବା ସହ ରେଫାରି ଦୁଲାଲ ମଣ୍ଡଳ ତୁଲାଇଥିଲେ ଏହି ଟ୍ରୁର୍ଣ୍ଣାମେଂଟ କୁ ସଫଳ କରିଛନ୍ତି । ମ୍ୟାଚର ପୁରସ୍କାର ବିଜୟ ଟିମକୁ ୫୦,୦୦୦ଟଙ୍କା ଥିବା ବେଳେ ପରାଜୟ ଟିମକୁ ୪୦,୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବାର ରହିଛି ।