ରିଲିଜ ହେଲା ‘ସାବାସ୍ ମିଠୁ’ର ଟ୍ରେଲର

ଭାରତୀୟ ମହିଳା କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ମିତାଲି ରାଜଙ୍କ ବାୟୋପିକ୍ ‘ସାବାସ୍ ମିଠୁ’ର ଟ୍ରେଲର ରିଲିଜ୍ ହୋଇଛି।

(ମୁମ୍ବାଇ) :  ରିଲିଜ ହେଲା ‘ସାବାସ୍ ମିଠୁ’ର ଟ୍ରେଲର । ଭାରତୀୟ ମହିଳା କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ମିତାଲି ରାଜଙ୍କ ବାୟୋପିକ୍ ‘ସାବାସ୍ ମିଠୁ’ର ଟ୍ରେଲର ରିଲିଜ୍ ହୋଇଛି। ଜୁଲାଇ ୧୫ ରେ ସିନେମାଘରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମରେ ମିତାଲି ରାଜଙ୍କ ପିଲାଦିନରୁ କ୍ରିକେଟର ହେବା ପର୍ଯ୍ୟନ୍ତ ଯାତ୍ରା ସହ ସଂଘର୍ଷକୁ ଦେଖାଯାଇଛି।

 

ତାପସୀ ପନ୍ନୁଙ୍କ ଅଭିନୀତ ଫିଲ୍ମ ‘ସାବାସ୍ ମିଠୁ’ ଭାରତୀୟ ମହିଳା ଟେଷ୍ଟ ଟିମ୍‌ର ଅଧିନାୟକ ମିତାଲି ରାଜଙ୍କ ଜୀବନୀ ଉପରେ ଆଧାରିତ। ଏହି ଫିଲ୍ମରେ ତାପସୀ, ମିତାଲି ରାଜଙ୍କ ଭୂମିକାରେ ନଜର ଆସିବେ।

ଏହି ଭୂମିକାରେ ନିଜକୁ ଗଢିବା ପାଇଁ ତାପସୀ କଠିନ ପରିଶ୍ରମ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାହୁଲ ଢୋଲକିଆ ଏବଂ ପ୍ରିୟା ଅଭାନ୍ ଲେଖିଛନ୍ତି। ଫିଲ୍ମଟି ଭାୟାକମ୍ ୧୮ ଷ୍ଟୁଡିଓ ଦ୍ୱାରା ପ୍ରସ୍ତୁତ କରାଯାଇଛି। ତେବେ ଏଥିରେ ତାପସୀ ନିଜର ସମସ୍ତ କସରତ ଲଗାଇ କାମ କରିଛନ୍ତି । ଏଥିନିମନ୍ତେ ଏହି ଫିଲ୍ମଟି ଅତ୍ୟଧିକ ଲୋକପ୍ରିୟ ହେବ ବୋଲି ନିର୍ମାତା ଆଶା ରଖିଛନ୍ତି ।