ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି । ବର୍ତ୍ତମାନ ରାଜ୍ୟ ମଧ୍ୟକୁ ବାୟୁମଣ୍ଡଳର ମଧ୍ୟ ଭାଗରୁ ଉତ୍ତର ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ଜଳୀୟବାଷ୍ପର ମାତ୍ରା କମିବା ସହ କାଳବୈଶାଖୀ ପ୍ରଭାବ କମ ରହୁଛି । କାଳବୈଶାଖୀ ପ୍ରଭାବ ରହୁଥିଲେ ମଧ୍ୟ ଅଧିକାଂଶ ସ୍ଥାନରେ ପାରଦ ଉପରମୁହାଁ ହୋଇଛି । ଫଳ ସ୍ୱରୂପ ତାପମାତ୍ରାରେ ଵୃଦ୍ଧି ସହ ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ତାପମାତ୍ରା ୪୦ଡ଼ିଗ୍ରି ଛୁଇଁଛି କିନ୍ତୁ ୨୦ ତାରିଖରୁ ଦେଶର ମଧ୍ୟଭାଗରେ ଏକ ଗୁରୁଚାପ ବଳୟ ସକ୍ରିୟ ହେବାର ସମ୍ଭାବନା ରହିଛି ।

ଆଗାମୀ ୩ ଦିନରେ ବଢିବ ଦିନ ତାପମାତ୍ରା । ୨ରୁ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବଢିପାରେ ପାରଦ। ୧୯ ଓ ୨୦ ତାରିଖ ବେଳକୁ ବଲାଙ୍ଗିର, ଟିଟିଲାଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ତାପମାତ୍ରା ୪୪ ଡିଗ୍ରୀ ଛୁଇଁପାରେ ।  ଏହି ସମୟରେ ଉପକୂଳ ଓଡ଼ିଶାରେ ପାରଦ ୪୨ ଡିଗ୍ରୀ ପହଞ୍ଚିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗତକାଲି ୪୦ ଡିଗ୍ରୀ ଉପରେ ୧୧ ସହରର ତାପମାତ୍ରା ରେକର୍ଡ କରାଯାଇଥିଲା ।  ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୨.୯ ଡିଗ୍ରୀ ଥିଲା। ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ କାଳବୈଶାଖୀ ପ୍ରଭାବ ଲାଗିରହିବ ।