୨ ହେଲିକ୍ଟପର ମୁହାଁମୁହିଁ ଧକ୍କା ; ଜଣେ ବିଦେଶୀ ନାଗରିକ ମୃତ

ନେପାଳ ଏଭରେଷ୍ଟ ବେସ୍ କ୍ୟାମ୍ପରେ ୨ ହେଲିକ୍ଟପର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ସୋଲୁଖୁମ୍ବ ଜିଲ୍ଲାରେ  ଲ୍ୟାଣ୍ଡିଂ ବେଳେ ୨ଟି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ।  ଦୁର୍ଘଟଣାରେ ଜଣେ ବିଦେଶୀ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ  ଜଣେ ଆହତ ଆହତ ହୋଇଛନ୍ତି ।

 ରିପୋର୍ଟ ଅନୁସାରେ, ଅବତରଣ ସମୟରେ ଦୁଇଟି ହେଲିକପ୍ଟର ଧକ୍କା ହୋଇଥିଲା। ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଦୁଇଟି ହେଲିକପ୍ଟର ମଧ୍ୟରେ ଧକ୍କା ହୋଇଥିବା ଦେଖାଯାଉଛି।  ଏହି  ଅତିଭୟଙ୍କର ଥିବା ଜଣାଯାଇଛି ।

ନେପାଳ ପୁଲିସର ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ସକାଳ ପ୍ରାୟ ୮ଟା ୧୧ମିନିଟ୍ ସମୟରେ ମାଉଣ୍ଟ ଏଭରେଷ୍ଟ ଅଞ୍ଚଳର ୨ ହେଲିକ୍ଟପର ଲ୍ୟାଣ୍ଡିଂ ବେଳେ ଧକ୍କା ହୋଇଥିଲା ।