କାଶ୍ମୀର ପରିଦର୍ଶନକୁ ଭାରତ ଅନୁମତି ଦେଇନାହିଁ: ଆମେରିକା ସିନେଟର

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଡେମୋକ୍ରେଟିକ ପାର୍ଟିର ଆମେରିକୀୟ ସିନେଟର କ୍ରିସ ଭ୍ୟାନ ହଲେନଙ୍କ ପକ୍ଷରୁ ବୟାନ ଆସିଛି କି, କାଶ୍ମୀର ପରିଦର୍ଶନ ପାଇଁ ଭାରତୀୟ କର୍ତ୍ତୃପକ୍ଷ ଅନୁମତି ପ୍ରଦାନ କଲେନାହିଁ । କାଶ୍ମୀର ପରିସ୍ଥିତିର ଅନୁଧ୍ୟାନ ପାଇଁ ସେ ଶ୍ରୀନଗର ପରିଦର୍ଶନରେ ଯିବାକୁ ଚାହିଁଥିଲେ । ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ସେ ଏହା କହିଛନ୍ତି ।
ବିଶ୍ୱର ଦୁଇ ସର୍ବବୃହତ୍ ଗଣତନ୍ତ୍ର ରାଷ୍ଟ୍ର ଭାରତ ଓ ଆମେରିକା ପାରସ୍ପରିକ ମୂଲ୍ୟବୋଧ ଉପରେ ଆଲୋଚନା କରୁଛନ୍ତି । ତେଣୁ ଉଭୟ ପରସ୍ପର ମଧ୍ୟରେ ସ୍ୱଚ୍ଛତା ରଖିବା ଆବଶ୍ୟକ । ମୁଁ କାଶ୍ମମୀର ଯାଇ ସେଠାର ସ୍ଥିତି ଅନୁଧ୍ୟାନ କରିବାକୁ ଚାହୁଁଥିଲି । କିନ୍ତୁ ଏହାକୁ ସେଠାର ସରକାର ଅନୁମତି ଦେଇନାହିଁ । ଯଦି ସେଠାରେ ସବୁ ଠିକ ଅଛି ଓ କିଛି ଲୁଚାଇବାକୁ ନାହିଁ ତେବେ କାହିଁକି ମତେ ପରିଦର୍ଶନରେ ଯିବାକୁ ଅନୁମତି ଦିଆଯାଇ ନାହିଁ ।