କାରରେ ଥିଲା ଗୁପ୍ତ ଚ୍ୟାମ୍ବର;  ମିଳିଲା ୧.୪୪ କୋଟି ଟଙ୍କା

କାରରେ ଥିଲା ଗୁପ୍ତ ଚ୍ୟାମ୍ବର ।  ତା ଭିତରେ  ଥିଲା   ପୁଳାପୁୁଳା ଟଙ୍କା । ଏହି ଗୁପ୍ତ ଚ୍ୟାମ୍ବରରୁ ପୋଲିସ ଜବତ କରିଛି  ନଗଦ ୧.୪୪ କୋଟି ଟଙ୍କା। ଏହି ଘଟଣାରେ ଗିରଫ ହୋଇଛନ୍ତି ୩ ଯୁବକ। ଏତେ ଟଙ୍କା କାହା ପାଖକୁ ଯାଉଥିଲା, ତା’ର ଖୋଳତାଡ଼ ଆରମ୍ଭ କରିଛି ପୋଲିସ ।  କେରଳ-କର୍ଣ୍ଣାଟକା ସୀମାନ୍ତରେ ପୋଲିସ କରୁଥିଲା  ଗାଡ଼ି ଯାଞ୍ଚ। ଏହି ସମୟରେ ସୀମାନ୍ତ ଅଞ୍ଚଳ ଥୋଲପେଟ୍ଟୀ ଅତିକ୍ରମ କରୁଥିବା ଗୋଟିଏ କାର୍‌ରୁ ହଠାତ୍‌ ଅଟକାଇଥିଲେ ସୁରକ୍ଷା ଅଧିକାରୀ। ଏହାପରେ ଗାଡ଼ିକୁ ଅଧିକାରୀମାନେ ତନତନ କରି ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଡ୍ରାଇଭର ସିଟ୍‌ ତଳେ ଥିବା ଗୋଟିଏ ସିକ୍ରେଟ ଚ୍ୟାମ୍ବର ସମ୍ପର୍କରେ ଜାଣିବାକୁ ପାଇଥିଲେ ସୁରକ୍ଷାକର୍ମୀ।

ଏହାକୁ ଖୋଲିବା ମାତ୍ରେ ସମସ୍ତଙ୍କ ହୋସ ଉଡ଼ି ଯାଇଥିଲା। କାରଣ ସେଠାରେ ରହିଥିଲା ପୁଳା ପୁଳାଟଙ୍କା। ଏତେ ପରିମାଣର ଟଙ୍କା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଗଣତି ପରେ ଗୁପ୍ତ ଚ୍ୟାମ୍ବରରେ ନଗଦ ୧,୪୪, ୫୦,୦୦୦ ଟଙ୍କା ଜବତ କରାଯାଇଥିଲା । ଟଙ୍କା ସହ କାରରେ ଯାଉଥିବା ୩ ଯୁବକଙ୍କୁ ପୁଲିସ୍‌ ଗିରଫ କରିଛି। ପୁଲିସ୍‌ ୩ ଜଣଙ୍କୁ ଗିରଫ କରି ଏତେ ପରିମାଣର ନଗଦ ଟଙ୍କା କେଉଁଠି ଆଣିଲେ  ଧରପଗଡ ଜାରି ରଖିଛି । ଏଥିସହ ଏହି  ଚେର କେତେ ଯାଏ ଲମ୍ବିଛି  ତାର ଖୋଳତାଡ କରୁଛି             ।