ଭାରସାମ୍ୟ ହରାଇ ଓଲଟିଲା ଅଟୋ

(ମମତା ସାମଲ): ନାଳକୁ ଓଲଟିଲା ଅଟୋ । ପୁରୀ-ସାତପଡା ରାସ୍ତାର ଜଗନ୍ନାଥ ରୋଡ ନିକଟରେ ଏହି ଅଘଟଣ ଘଟିଛି । ଆଜି ଏକ ଘରୋଇ ସ୍କୁଲର ଅଟୋ ଭାରସାମ୍ୟ ହରାଇ ନାଳକୁ ଓଲଟି ପଡିବା ଫଳରେ ଜଣେ ଶିକ୍ଷୟତ୍ରୀଙ୍କର ମୃତ୍ୟୁ ଘଟିବା ସହ ୫ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ପୁରୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।