୧୦ ଦଫା ଦାବି ରେ ବିଧାନସଭା ଘେରାଉ କରିବ ପଚାଂୟତ ସମିତିସଭ୍ୟ ମହାସଙ୍ଘ

(ଗୋବିନ୍ଦ ଚନ୍ଦ୍ର ପଣ୍ଡା) ଲକ୍ଷଥିଲା ତ୍ରିସ୍ତରିୟ ପଚାଂୟତରାଜ ବ୍ୟବସ୍ତାରେ ସମିତିସଭ୍ୟ ଓ ସଭ୍ୟା ମାନଙ୍କୁ କ୍ଷମତା ହସ୍ତନ୍ତର କରାଇ ଓଡିଶାର ପ୍ରତି ପଚାଂୟତ କୁ ଶିକ୍ଷା, ସ୍ୱାସ୍ଥ୍ୟ , ଉଦ୍ୟୋଗ , କୃଷି , ନାରୀ ଶସକ୍ତିକରଣ ଆଦି ସବୁ କ୍ଷେତ୍ର ରେ ଉନ୍ନତି କରାଇ ଓଡିଶା ରାଜ୍ୟକୁ ଭାରତରେ ଶିର୍ଷସ୍ଥାନରେ ପହଚାଂଇବ । କିନ୍ତୁ ଆଜି ପଚାଂୟତ ସମିତି ର ସଭ୍ୟ ମାନେ କେବଳ ପଚାଂୟତ ସମିତି ଅଧକ୍ଷ, ଉପଧକ୍ଷ ନିର୍ବାଚିତ କରାଇବା ପର୍ଯ୍ୟନ୍ତ ହିଁ ସିମିତ । ଏହି ଅବ୍ୟବସ୍ଥାକୁ ଦୂର କରିବା ପାଈଁ ଚଳିତ ମୌସୁମୀ ଅଧିବେଶନ ରେ ଓଡିଶା ରାଜ୍ୟ ପଚାଂୟତ ସମିତି ସଭ୍ୟ ମାନେ ଚଳିତ ମୌସୁମୀ ବିଧାନସଭା ଅଧିବେଶନ ରେ ୧୦ ଦଫା ଦାବି ରଖି ପଦକ୍ଷପ ନେବାକୁ ଅନୁରୋଧ କରିଛନ୍ତି, ଯଦି ସେମାନଙ୍କ ଦାବି ପୂରଣ ନ ହୁଏ ତେବେ ୬୮୦୨ ଜଣ ସମିତି ସଭ୍ୟ ୪ ତାରିଖ ଦିନ ବିଧାନସଭା ଘେରାଉ କରିବାସହ ଆନ୍ଦୋଳନ କୁ ତିବ୍ର ରୂପ ଦେବେ ବୋଲି ଆଜି ସାମ୍ବାଦିକ ସମ୍ମିଳନିରେ କହିଛନ୍ତି ।