କରୋନାରେ ଅଭିନେତ୍ରୀ ସମ୍ଭାବନା ସେଠ ବାପାଙ୍କ ପରଲୋକ

ଅଭିନେତ୍ରୀ ସମ୍ଭାବନା ସେଠଙ୍କ ବାପାଙ୍କ ଦେହାନ୍ତ ହୋଇଛି । ଅନେଇ ସୋସିଆଲ ମିଡିଆରେ ଅଭିନେତ୍ରୀ ଶୋକ ପ୍ରକାଶ କରିଛନ୍ତି । ସମ୍ଭାବନାଙ୍କ ପିତା ଏସ.କେ ସେଠ କରୋନାରେ ସଂକ୍ରମିତ ଥିଲେ। ବାପାଙ୍କ ମୃତ୍ୟୁ ପରେ ସମ୍ଭାବନା ଏବଂ

(ମୁମ୍ବାଇ) : ଅଭିନେତ୍ରୀ ସମ୍ଭାବନା ସେଠଙ୍କ ବାପାଙ୍କ ଦେହାନ୍ତ ହୋଇଛି । ଅନେଇ ସୋସିଆଲ ମିଡିଆରେ ଅଭିନେତ୍ରୀ ଶୋକ ପ୍ରକାଶ କରିଛନ୍ତି । ସମ୍ଭାବନାଙ୍କ ପିତା ଏସ.କେ ସେଠ କରୋନାରେ ସଂକ୍ରମିତ ଥିଲେ। ବାପାଙ୍କ ମୃତ୍ୟୁ ପରେ ସମ୍ଭାବନା ଏବଂ ତାଙ୍କ ପରିବାର ଲୋକେ ପୂରାପୁରି ଭାଙ୍ଗି ପଡ଼ିଛନ୍ତି । ଏହି ପୋଷ୍ଟରେ ଲେଖିଛନ୍ତି, ‘ମୋ ବାପାଙ୍କୁ ବଞ୍ଚା ଯାଇପାରିଥାନ୍ତା। ତାଙ୍କ ମୃତ୍ୟୁ ପାଇଁ କେବଳ କରୋନା ଭାଇରସ ଦାୟୀ ନୁହେଁ।

ସୂଚନାଯୋଗ୍ୟ ଯେ, ଗତକିଛି ଦିନ ତଳେ ସମ୍ଭାବନାଙ୍କ ବାପା କରୋନା ସଂକ୍ରମିତ ହୋଇଥିବା ଖବର ଖୋଦ୍‌ ସୋସିଆଲ ମିଡ଼ିଆ ମାଧ୍ୟମରେ ଦେଇଥିଲେ। ସେ କହିଥିଲେ ଯେ, ତାଙ୍କୁ ଚିକିତ୍ସା ମିଳିବାରେ ଅସୁବିଧା ହେଉଛି। ସମ୍ଭାବନା ତାଙ୍କ ଟ୍ୱିଟର ଆକାଉଣ୍ଟରୁ ଏକ ଫଟୋ ସେୟାର କରିଥିଲେ, ଯେଉଁଥିରେ ସ୍ପଷ୍ଟ ଭାବେ ଲେଖିଥିଲେ ଯେ ତାଙ୍କ ପିତା କରୋନା ସଂକ୍ରମିତ ଏବଂ ଡାକ୍ତରଖାନାରେ ବେଡ ପାଇବାରେ ଅସମର୍ଥ। କିନ୍ତୁ ଶେଷରେ ତାଙ୍କର ଦେହାନ୍ତ ହୋଇଛି ।