( ତାରାକାନ୍ତ ନାୟକ): ବିରୁପା ନଦୀ ଉପରେ ସୁଦୀର୍ଘ ସେତୁର ଶୁଭଶିଳାନ୍ୟାସ କଲେ ସ୍ଥାନୀୟ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା । ଏହି ସେତୁ ସାଲେପୁର ଓଟାଙ୍ଗି ବ୍ଲକକୁ ସଂଯୋଗ କରିବ । କଟକ ଜିଲ୍ଲା ସାଲେପୁର ରାମେଶ୍ୱର-ଜରିପଡା ଠାରେ ବିରୁପା ନଦୀ ଉପରେ୧୩କୋଟି ୮୬ଲକ୍ଷ୬୮ହଜାର ଟଙ୍କା ଵ୍ୟୟ ଅଟକଳରେ ୩୬୮ଦଶମିକ୨୧ମିଟର ଲମ୍ବ ଏବଂ୭ମିଟର ପ୍ରସ୍ତର ସୁଦୀର୍ଘ ନୂତନ ସେତୁନିର୍ମାଣ କାର୍ୟ୍ୟ ର ଶୁଭ ଶିଳାନ୍ୟାସ ଉତ୍ସବ ସ୍ଥାନୀୟ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଙ୍କ କରକମଳ ରେ ସମାପିତ ହୋଇଯାଇଛି।ବିଧାୟକ ଏକ ବିରାଟ ଶୋଭାଯାତ୍ରା ରେ ଆସି ରାମେଶ୍ୱରଠାରେ ବିରୂପା ନଦୀ ନଦୀର ସେତୁକୁ ଶିଳାନ୍ୟାସ କରିଥିଲେ ।