ସକାଳୁ ଉଠି ପାଣି ପିଅନ୍ତୁ , ମିଳିବ ଅନେକ ଫାଇଦା

( ଭୁବନେଶ୍ୱର / ରିପୋର୍ଟସଟୁଡେ): ଆମ ଜୀବନ ବ୍ୟସ୍ତବହୁଳ । ବ୍ୟସ୍ତତା ଭିତରେ ଆମେ ଅନେକ ଜିନିଷ ଅବହେଳା କରିଦେଉ ଯାହା ଆମକୁ ଶାରୀରିକ ସମସ୍ୟାର ସମ୍ମୁଖୀନ କରାଇଥାଏ । ତେବେ ଆଜି ଆମେ ଶରୀରରେ ହେଉଥିବା ଅନେକ ଅସୁବିଧାର ଗୋଟିଏ ସମାଧାନ କହିବାକୁ ଯାଉଛୁ । ଆମେ ଯେଉଁ ସାମାଧାନ ବିଷୟରେ କହୁଛୁ ତାହା ଆପଣଙ୍କ ପ୍ରିୟ ଖଜୁରୀ ସହ ଜଡିତ । ଆଜି ଆମେ କହିବୁ ସକାଳୁ ଗରମ ପାଣି ସହ ଗୋଟିଏ କିମ୍ବା ଦୁଇଟା ଖଜୁରୀ ଖାଇଲେ କ’ଣ ଫାଇଦା ମିଳିବ । ତେବେ ଆସନ୍ତୁ ଜାଣିବା ।
୧- ଡାଇବେଟିସରୋଗ ପାଇଁ ଏହା ଏକ ମହାଔଷଧ ଅଟେ । ଏହା ଆମ ଶରୀରୁ ଶର୍କରାର ମାତ୍ରା କମାଇଦିଏ ଏବଂ ଆମକୁ ମଧୁମେହରୁ ଦୂରେଇ ରଖେ ।
୨- ପ୍ରତିଦିନ ଖଜୁରୀ ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଫଳରେ ଅନେକ ରୋଗରୁ ଆମ ଶରୀର ଲଢେଇ କରିପାରିଥାଏ ।
୩- ପତଳା ଲୋକମାନଙ୍କ ପାଇଁ ଏହା ଏକ ବର ସଦୃଶ । ଏହା ଓଜନ ବୃଦ୍ଧି କରିବାରେ ସହାୟକ ହେବା ସହ ଏକ ସବଳ ବ୍ୟକ୍ତିତ୍ୱ ପାଇବାରେ ଏହା ଆପରଙ୍କୁ ସହାୟକ ହେବ ।
୪- ଏହା ଆମ ମୁହଁରେ ଦେଖାଯାଇଥିବା ବୟସ ରେଖା ଏବଂ ଚର୍ବିକୁ ଦୂରେଇ ରଖେ । ଫଳରେ ଆମେ ଅଧିକ ସମୟ ଯାଏଁ ଯୁବା ଦେଖାଯାଉ ।
୫- ଏହା ପେଟ ଜନିତ ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ । କୋଷ୍ଠକାଠିନ୍ୟ , ଏସିଡିଟି ଭଳି ଅନେକ ରୋଗର ଏହା ସମାଧାନ ଅଟେ ।
୬- ଦିନ ସାରା ଶକ୍ତିର ସହ କାମ କରିବା ପାଇଁ ଆପଣଙ୍କୁ ଏହା ସାହାଯ୍ୟ କରିବ । ଏହା ଆମକୁ ଶକ୍ତି ଯୋଗାଇଥାଏ ।