ଖୁବଶୀଘ୍ର ଆସୁଛି ସବ୍ୟସାଚୀଙ୍କ ଫିଲ୍ମ “ପୁସ୍କରା”

ଦୀର୍ଘ ଦିନ ପରେ ପୁଣି ସାମ୍ନାକୁ ଆସୁଛି ଏକ ଭିନ୍ନ ସ୍ଵାଦରେ ଓଡ଼ିଆ ଫିଲ୍ମ ।

(ଭୁବନେଶ୍ୱର) : ଦୀର୍ଘ ଦିନ ପରେ ପୁଣି ସାମ୍ନାକୁ ଆସୁଛି ଏକ ଭିନ୍ନ ସ୍ଵାଦରେ ଓଡ଼ିଆ ଫିଲ୍ମ । ବେଳାଭୂମିର କୋଳରେ ଠିଆ ହୋଇଛି ଭଙ୍ଗା ଦଦରା ଟିଣ ଛପର ଘରଟିଏ। ଆଉ ତା’ରି ଛାଇ ତଳେ ନିଘୋଡ଼ ନିଦରେ ଶୋଇଛନ୍ତି ଜଣେ ଯୁବକ। ତେବେ ଆପଣ ଜାଣନ୍ତି ସେ କିଏ । ଜାଣିପାରୁନାହାନ୍ତି ସେ ହେଉଛନ୍ତି ପାଗଳ ପ୍ରେମୀ…। ଓଲିଉଡ୍‌ର ଅଭିନେତା ସବ୍ୟସାଚୀ ମିଶ୍ର। ନିର୍ମାଣ ଚାଲିଥିବା ନୂଆ ଓଡ଼ିଆ ଫିଲ୍ମରେ ସେ ଏହି ଗେଟ୍‌ଅପରେ ଆସୁଛନ୍ତି। ସବ୍ୟ ନିଜେ ଏନେଇ ଟ୍ୱିଟରରେ ସେୟାର କରିଛନ୍ତି।

ଓଡ଼ିଶାର ଲୋକପ୍ରିୟ ଔପନ୍ୟାସିକ ଶଙ୍କର ତ୍ରିପାଠୀଙ୍କ ପୁସ୍ତକ “ନାଦ ବିନ୍ଦୁ” ଉପନ୍ୟାସକୁ ନେଇ ଓଡ଼ିଆ ଫିଲ୍ମ ତିଆରି ହେଉଛି। ଫିଲ୍ମର ନାଁ ରହିଛି “ପୁସ୍କରା”। ଏଥିରେ “ନୀଲକଣ୍ଠ” ଚରିତ୍ରରେ ଅଭିନୟ କରୁଛନ୍ତି ସବ୍ୟ। ତରଙ୍ଗ ସିନେ ପ୍ରଡକ୍ସନ୍‌ ଦ୍ୱାରା ପ୍ରସ୍ତୁତ ଏହି ଫିଲ୍ମର ପ୍ରଥମ ଭାଗ ସୁଟିଂ ଶେଷ ହୋଇଛି। ଅଗଷ୍ଟ ମାସରେ ଦ୍ୱିତୀୟ ପର୍ଯ୍ୟାୟ ସୁଟିଂ ଆରମ୍ଭ ହେବ ବୋଲି ସବ୍ୟ ଟ୍ୱିଟ୍‌ରରେ ଲେଖିଛନ୍ତି। ଏଥିପାଇଁ ସେ ସମସ୍ତଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି।

 

ସୂଚନାନୁଯାୟୀ , ସବ୍ୟଙ୍କ ଏହି ଫିଲ୍ମ ସମ୍ସଙ୍କ ପସନ୍ଦ ଆସିବ ବୋଲି ଫିଲ୍ମ ନିର୍ମାତା ଆଶା ରଖିଛନ୍ତି । ତେବେ ଏହାର ରିଲିଜ ତାରିଖ ଘୋଷଣା ହୋଇନଥିବା ବେଳେ ଚଳଚ୍ଚିତ୍ରଟି ଚଳିତ ବର୍ଷ ରିଲିଜ ହେବ ବୋଲି ଅନୁମାନ ହେଉଛି ।