(ଶୁଭସ୍ମିତା ଦାଶ): କେରଳରେ ଥିବା ସାବରୀ ମାଲା ମନ୍ଦିର ଭିତରକୁ ମହିଳାଙ୍କ ପ୍ରବେଶକୁ ନେଇ ଯେଉଁ କଟକଣା ଥିଲ । ସୁପ୍ରିମ୍ କୋର୍ଟ ତାକୁ ଉଚ୍ଚେଦ କରି ମହିଳାଙ୍କ ସପକ୍ଷରେ ରାୟ ଦେଇଥିଲେ । ମାତ୍ର କୋର୍ଟଙ୍କ ରାୟକୁ ବିପୁଳ ମାତ୍ରାରେ ବିଭିନ୍ନ ମହଲରେ ବିରୋଧ କରାଯାଇଛି । ଏପରିକି କିଛି ମାତ୍ରାରେ ମହିଳା ସଂଗଠନ ମଧ୍ୟ ଏହାକୁ ବିରୋଧ କରୁଛନ୍ତି । ମହିଳାଙ୍କ ସପକ୍ଷରେ ଆସିଥିବା ରାୟକୁ ମହିଳା ସଂଗଠନର ବିରୋଧ କାରିବା ଏକ ଆଶ୍ଚର୍ଯ୍ୟର କଥା । ଏପିରିକି ଏହି ରାୟ ପାଇଁ ତିଆରି ହୋଇଥିବା ପାଞ୍ଚ ଜଣିଆ ଖଣ୍ଡପୀଠରେ ଥିବା ମହିଳା ବିଚାର ପତି ମଧ୍ୟ କୋର୍ଟଙ୍କ ଏହି ରାୟ ବିରୁଦ୍ଧରେ ସ୍ୱର ଉଠାଇଥିଲେ । ରାୟର ପୁନର୍ବିଚାର ପାଇଁ ସେମାନେ ସୁପ୍ରିମକୋର୍ଟରେ ଆବେଦନ କରିବାକୁ ଦାବି କରୁଥିବା ବେଳେ ଯେ କୌଣସି ପରିସ୍ଥିତିରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ବିଜୟନ କହିଛନ୍ତି। ବିରୋଧ ସ୍ୱତ୍ତେ ଗତକାଲି ସବୁ ବୟସର ମହିଳାଙ୍କ ପାଇଁ ମନ୍ଦିର ଖୋଲାଯାଇଥିଲା । କିନ୍ତୁ ମନ୍ଦିରକୁ ପ୍ରବେଶ କରିପାରିନଥିଲେ କୌଣସି ମହିଳା । ବିଭିନ୍ନ ସ୍ଥାନରୁ ମହିଳାମାନେ ମନ୍ଦିର ଅଭିମୁଖେ ଯାଇଥିଲେ । ହେଲେ ବିକ୍ଷୋଭକାରୀ ସେମାନଙ୍କୁ ବାଟରୁ ଘଉଡାଇ ଦେଇଥିଲେ । ଅନେକ ମହିଳା ଭଗବାନ ଅୟପ୍ପାଙ୍କ ଦର୍ଶନ କରିପାରି ନାହାନ୍ତି କିଛି ମହିଳା ସାମ୍ବାଦିକା ପ୍ରଦର୍ଶନକାରୀଙ୍କ ଆକ୍ରୋଶର ଶିକାର ହୋଇଥିଲେ ।
କେରଳର ପ୍ରସିଦ୍ଧ ସାବରୀମାଲା ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ହେଉଥିବା ବିରୋଧ ପରେ ବିବାଦ ଥମୁ ନାହିଁ । ସବରୀମାଳା ସଂରକ୍ଷଣ ସମିତି ଗୁରୁବାର ରାଜ୍ୟବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ଭାରତୀୟ ଜନତା ପାର୍ଟି, ଅନ୍ତର୍ଜାତୀୟ ହିନ୍ଦୁ ପରିଷଦ ଓ ଅନ୍ୟ ସ୍ଥାନୀୟ ସଂଗଠନ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି । ଏହି ବନ୍ଦ ଡାକରା ଶ୍ରଦ୍ଧାଳୁଙ୍କ ବିରୋଧରେ ପୋଲିସର କାର୍ୟ୍ୟାନୁଷ୍ଠାନ ବିରୋଧରେ ଡକାଯାଇଛି । ଅନ୍ୟପକ୍ଷରେ କଂଗ୍ରେସ କହିଛି ବନ୍ଦ ଡାକରାରେ ସାମିଲ ହୋଇ ନାହିଁ କିନ୍ତୁ ସମଗ୍ର ରାଜ୍ୟରେ ବିରୋଧ ପ୍ରଦର୍ଶନ କରୁଛି ।
ରାଜ୍ୟର ନିଲ୍ଲକଲ, ପମ୍ପା, ଏଲଭାକୁଲମ, ସନ୍ନିଧନମରେ ଧାରା ୧୪୪ ଲାଗୁ କରି ଦିଆଯାଇଛି । ଏହି ଅଞ୍ଚଳରେ ଏକକାଳୀନ ୪ ଜଣରୁ ଅଧିକ ଲୋକ ଏକାଠି ରହି ପାରିବେ ନାହିଁ । କେରଳ ବିଜେପି ନେତା ଶ୍ରୀଧରନ ପିଲାଇ ଗଣମାଧ୍ୟମକୁ କହିଛନ୍ତି ଭଗବାନ ଅୟପ୍ପାଙ୍କ ଭକ୍ତମାନଙ୍କ ଉପରକୁ ପୋଲିସର ଲାଠିଚାର୍ଜ ବିରୋଧରେ ଦଳର କର୍ମକର୍ତ୍ତାଙ୍କ ଆନ୍ଦୋଳନରେ ଛିଡ଼ା ହେବାକୁ କୁହାଯାଇଛି । ବିଜୟନ ସରକାରଙ୍କୁ କଡ଼ା ସମାଲୋଚନା କରି ସେ କହିଛନ୍ତି, ଶ୍ରଦ୍ଧାଳୁଙ୍କ ଉପରେ ହୋଇଥିବା ଲାଠିଚାର୍ଜକୁ ହାଲୁକା ଭାବରେ ନିଆଯାଇ ପାରିବ ନାହିଁ । ସବରୀମାଳା ସୁରକ୍ଷା କମିଟି ବନ୍ଦ ଡାକରା ଦେଇଛି ଓ ଅନ୍ୟ ଦଳର ସମର୍ଥନ ମିଳିଛି । ଫଳରେ ସ୍ଥାନୀୟ ପ୍ରଶାସନ ପାଇଁ ଅଡୁଆ ସୃଷ୍ଟି ହୋଇଛି ।