ବୋଲେରୋକୁ ଚାପି ଦେଲା ଡମ୍ପର , ୨ ଜଣ ଗୁରୁତର

(ମନିଲ କୁମାର ମହାରଣା): ଏମସିଏଲ ତାଳଚେରସ୍ଥିତ ଲିଙ୍ଗରାଜ ଓପନ କାଷ୍ଟ ପ୍ରୋଜେକ୍ଟ କୋଇଲାଖଣିଠାରେ ଏକ ବୋଲରୋକୁ ଲିଙ୍ଗରାଜ ମାଇନ୍ସର ଏକ ଡମ୍ପର ଚାପି ଦେବାରୁ ବୋଲେରୋଟି ଭାଙ୍ଗି ଯିବା ସହ ଡ୍ରାଇଭର ଓ ଜଣେ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ ଡ୍ରାଇଭରଙ୍କୁ ପ୍ରଥମେ କେନ୍ଦ୍ରୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ସୁରକ୍ଷା ବ୍ୟବସ୍ଥା ପ୍ରତି ଲିଙ୍ଗରାଜ ଖଣି କୃତ୍ତୁପକ୍ଷ ଦୃଷ୍ଟି ଦେଉନଥିବାରୁ ଦିନକୁଦିନ ଦୁର୍ଘଟଣା ବଢିବାରେ ଲାଗିଛି ।