ଫନି ପାଇଁ ରିଲିଫ ପ୍ରସ୍ତୁତ

(ସରୋଜ କୁମାର ରାଉତ)ଭୁବନେଶ୍ୱର: ଓଡିଶାଆଡକୁମାଡିଆସୁଛିସାମୂଦ୍ରିକଝଡଫନି।ଏହା ପୂର୍ବରୁ ପ୍ରଶାସନ ତରଫରୁ କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଛି ରିଲିଫ ପ୍ରସ୍ତୁତି । ମହଜୁଦ କରାଯାଉଛି ପୁଡ଼ିଆ । ଚୁଡ଼ା,ଗୁଡ଼,ବିସ୍କୁଟ,ପାଣି ବୋତଲ ,ମହମବତୀ,ଡ଼ିଆସିଲି ଆଦି ୬ଟି ଖାଦ୍ୟ ସାମଗ୍ରୀ ଏକାଠି ପ୍ୟାକେଟ କରି ରଖାଗଲାଣି ।
ବାତ୍ୟା ପୂର୍ବରୁ ପ୍ରସ୍ତୁତ ରହିଛି ପ୍ରଶାସନ । ପଲିଥିନର ବ୍ୟବହାର କରି ପୁଡ଼ିଆ ପ୍ୟାକିଂ କରାଯାଉଛି । ଯଦି ଆଗକୁ ସେପରି କିଛି ସମସ୍ୟା ଉପୁଜିବ ତେବେ ତାହାକୁ ଆକାଶ ମାର୍ଗରୁ ତଳକୁ ପକାଇଲେ ମଧ୍ୟ ତାହା ଫାଟିବ ନାହିଁ । ସେଥିପାଇଁ ଓରମାସ ପକ୍ଷରୁ ଏ ସମସ୍ତ ପୁଡ଼ିଆ ପ୍ରସ୍ତୁତ କରାଯାଉଛି ।