ମେଡିକାଲରେ ଭର୍ତ୍ତି ହେଲେ ଜେଲରେ ବନ୍ଦୀ ଥିବା ରାମ ରହିମ, କରୋନା ସଂକ୍ରମିତ ସନ୍ଦେହ
ତେବେ କରୋନା ସନ୍ଦେହରେ ତାଙ୍କୁ ଚିକିତ୍ସା ପାଇଁ ରୋହତକ ପିଜିଆଇରେ ଭର୍ତ୍ତି କରାଯାଇଛି। ମାତ୍ର ଅଧିକାରୀ ସ୍ତରରେ ଏନେଇ କୌଣସି ସୂଚନା ଦିଆଯାଇନାହିଁ
(ଦିଲ୍ଲୀ) : ଜେଲରେ ବନ୍ଦୀ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ବୋଲି ସୂଚନା ମିଳିଛି । ତେବେ କରୋନା ସନ୍ଦେହରେ ତାଙ୍କୁ ଚିକିତ୍ସା ପାଇଁ ରୋହତକ ପିଜିଆଇରେ ଭର୍ତ୍ତି କରାଯାଇଛି। ମାତ୍ର ଅଧିକାରୀ ସ୍ତରରେ ଏନେଇ କୌଣସି ସୂଚନା ଦିଆଯାଇନାହିଁ। ରାମ ରହୀମଙ୍କୁ ପିଜିଆଇ ଆଣିବା ପୂର୍ବରୁ ଜେଲରୁ ନେଇ ପିଜିଆଇ ପର୍ଯ୍ୟନ୍ତ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଏବେ ତାଙ୍କୁ ପିଜିଆଇର ସ୍ୱତନ୍ତ୍ର ୱାର୍ଡରେ ଚିକିତ୍ସା କରାଯାଉଛି ।
ତେବେ ଗୁରୁମିତଙ୍କର କ’ଣ ହୋଇଛି ତାହା ଜଣାପଡ଼ି ନାହିଁ । ଜେଲରେ ରୁଟିନ୍ ଟେଷ୍ଟ ପରେ ତାଙ୍କୁ ପିଜିଆଇକୁ ନେବା ପାଇଁ ପରାମର୍ଶ ଦିଆଯାଇଥିଲା। ବର୍ତ୍ତମାନ ରାମ ରହିମ ପିଜିଆଇରେ ଚିକିତ୍ସିତ ହେଉଛନ୍ତି। ଡାକ୍ତରଖାନା ବାହାରେ ପୋଲିସ ମୁତୟନ କରାଯାଇଛି।