ମା’ ହେବାକୁ ମନ ବଳାଇଛନ୍ତି ‘ଡ୍ରାମା କୁଇନ୍’
ଏହି କ୍ରମରେ ଆଲିଆଙ୍କ ମା’ ହେବା ପରେ ବର୍ତ୍ତମାନ ବଲିଉଡର ‘ଡ୍ରାମା କୁଇନ୍’ ରାକ୍ଷୀ ସାୱନ୍ତ
(ମୁମ୍ବାଇ) : ବଲିଉଡରେ ଏବେ ଆଲିଆ ଭଟ୍ଟ ମା’ ହେବାକୁ ଯାଉଥିବା ଖବର ଚର୍ଚ୍ଚାରେ ରହିଛି। ଏହି କ୍ରମରେ ଆଲିଆଙ୍କ ମା’ ହେବା ପରେ ବର୍ତ୍ତମାନ ବଲିଉଡର ‘ଡ୍ରାମା କୁଇନ୍’ ରାକ୍ଷୀ ସାୱନ୍ତ ମଧ୍ୟ ବିବାହ ନକରି ମା’ ହେବାକୁ ମନ ବଳାଇଛନ୍ତି । ସେ ମା ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
କେବଳ ସେତିକି ନୁହେଁ ତାଙ୍କ ଗର୍ଭରୁ ଜନ୍ମ ହେବା ଛୁଆ କେମିତି ହେବ ସେ ନେଇ ମଧ୍ୟ ଉତ୍ତର ରଖିଛନ୍ତି ରାକ୍ଷୀ। ସେ କହିଛନ୍ତି, ‘ମୁଁ କେବଳ ଜାଣେ ଯେ ମୋ ଗର୍ଭରୁ ଯିଏ ଜନ୍ମ ହେବ ସେ ଗୋଟିଏ ମହାନ ତଥା ପ୍ରଭାବଶାଳୀ ହେବ। ଯାହା ଫଳରେ ସେ ଦେଶକୁ ବଞ୍ଚାଇବ। କାରଣ ତୁମେମାନେ ଜାଣିଛ ମୁଁ ଜଣେ ଭଲ ଝିଅ।’ କହିବାକୁ ଗଲେ ରାକ୍ଷୀ ସାୱନ୍ତ ତାଙ୍କ ବୟଫ୍ରେଣ୍ଡ ଆଦିଲ ଖାନ ଦୁରାନୀଙ୍କ ସହ ଲିଭ୍ ଇନ୍ରେ ରହୁଥିବା ନେଇ ଏକ ବାର୍ତ୍ତାଳାପରେ ନିଶ୍ଚିତ କରିଥିଲେ। ସେ କହିଥିଲେ ଯେ ହଁ, ଆଦିଲ ଏବଂ ମୁଁ ଏକାଠି ରହୁଛି।

ସୋସିଆଲ ମିଡିଆରେ ରାଖୀଙ୍କ ଏହି ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ ନିଜେ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଏହା କହିଛନ୍ତି। ଭିଡିଓରେ ରାକ୍ଷୀ ତାଙ୍କ ବୟଫ୍ରେଣ୍ଡ ଆଦିଲ ଖାନଙ୍କ ସହ ହସ୍ପିଟାଲରୁ ବାହାରକୁ ଆସୁଥିବା ନଜର ଆସିଛନ୍ତି। ବାହାରକୁ ଆସିବା ପରେ ତାଙ୍କୁ ଫଟୋଗ୍ରାଫରମାନେ ଘେରି ଯାଉଛନ୍ତିଏବଂ ଆଲିଆଙ୍କ ଗର୍ଭଧାରଣ ବିଷୟରେ ପ୍ରଶ୍ନ ପଚାରୁଛନ୍ତି। ସେହି ସମୟରେ ରାକ୍ଷୀ କହୁଛନ୍ତି, ‘ମୁଁ କେବେ ମା’ ହେବି? ମୋ ଜୀବନରେ କେବେ ଖୁସି ଖବର ଆସିବ? ବିବାହ ପୂର୍ବରୁ ଆସିଲେ ବି କୌଣସି ଅସୁବିଧା ନାହିଁ। ଖୁସିଖବର ଆସିବା ପରେ ହିଁ ମୁଁ ବିବାହ କରିବି ବୋଲି କହୁଛନ୍ତି।’ ରାକ୍ଷୀଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ସେ ପୁଣି ଥରେ ସୋଶାଲ ମିଡିଆରେ ଟ୍ରୋଲର ଶିକାର ହୋଇଛନ୍ତି।