(ଋିପୋର୍ଟସ ଟୁଡ଼େ): ପବିତ୍ର କାର୍ତିକ ମାସ ଶୁଳ୍କପକ୍ଷ ନମବୀ ତିଥିକୁ ଅଁଳା ନବମୀ ଭାବେ ପାଳନ କରାଯାଇଥାଏ । ଶ୍ରଦ୍ଧାଳୁମାନେ ଆଜି ଅଁଳା ଗଛ ମୂଳରେ ପୂଜାର୍ଚ୍ଚନା କରିବା ସହ ଗକ୍ତରେ ନିଜ ସ୍ୱାମୀଙ୍କର ଦୀର୍ଘଜୀବନ କରିବା ସହ ପରିବ।।ର ଶୁଭ ମନାସୀ ଶଙ୍ଖା ବାନ୍ଧି ଥାନ୍ତି । ହବିଷ୍ୟାଳିମାନେ ଆଜି ଅଁଳା ଗଛମୂଳେ ବିଷ୍ଣୁ ବା ଶ୍ରୀ ଜଗନ୍ନାଥଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି । ସେହିପରି ଅଁଳା ନବମୀ ଦିନ ଓଡ଼ିଆଣି ବେଶରେ ଶ୍ରୀ ରାଧା ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି । ତେଣୁ ଶ୍ରୀ ରାଧାଙ୍କ ପାଦ ଦର୍ଶନ ପାଇଁ ରାଜ୍ୟର ପ୍ରତ୍ୟେକ ରାଧାକୃଷ୍ଣ ମନ୍ଦିର ସହିତ ସାକ୍ଷୀଗୋପଳରେ ଭୋରରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି ।
ବର୍ଷତମାମ ଶ୍ରର ରାଧାଙ୍କର ପାଦ ଯୁଗଳ ଘୋଡ଼ାଇ ହୋଇ ରହିଥିବା ବେଳେ ଆଜି ଅଁଳା ନମବୀ ଅବସରରେ ଭକ୍ତମାନେ ଶ୍ରୀରାଧାଙ୍କର ପାଦ ଦର୍ଶନ କରିବାର ସୁଯେ୍ଧଜ୍ଞ ପାଇଥାନ୍ତି । ପୁରୀ ସାକ୍ଷୀଗୋପାଳ ପ୍ରସିଦ୍ଧ ସାକ୍ଷୀଗୋପୀନାଥ ମନ୍ଦିର ବେଶ ଚଳଚଂଚଳ ହୋଇଉଠିଛି । ବର୍ଷକୁ ଆଜିର ଦତନରେ ସାକ୍ଷୀଗୋପାଳ ପୀଠାରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଥାଏ । ଶ୍ରୀ ରାଧା ଦର୍ଶନ ପାଇଁ ଳକ୍ଷାଧିକ ଭକ୍ତ ଦୂରଦୂରାନ୍ତରୁ ଧାଇଁ ଆସିଥାନ୍ତି । ସକାଳୁ ହଜାର ହଜାର ଭକ୍ତ ଧାଡ଼ିରେ ଯାଇଁ ଶ୍ରୀ ରାଧାଙ୍କ ପାଦ ଦର୍ଶନ କରୁଛନ୍ତି ।
ସୁରକ୍ଷଶକୁ ଦୃ୍ଷ୍ଟିରେ ରଖି ପୋଲିସ ଫୋର୍ସ ମନ୍ଦିର ପରିସରରେ ମୁତୟନ କରାଯାଇଛି । ଚଳିତ ବର୍ଷ ସାକ୍ଷୀଗୋପାଳରେ ଶ୍ରୀ ରାଧାଙ୍କର ପାଦ ସ୍ପର୍ଶ ଉପରେ କଟକଣା ଜାରି କରିଛି ଦେବୋତର ବିଭାଗ । ଭକ୍ତଙ୍କ ଦର୍ଶନ ପାଇଁ ରତ୍ନସିଂହାସନ ଠାରୁ ୩ ଫୁଟ ଦୂରରେ ବ୍ୟାରିକେଡ଼ ନିର୍ମାଣ କରାଯାଇଛି । ଭକ୍ତ ମାନେ ଲମ୍ବାଧାଡ଼ିରେ ବ୍ୟାରିକେଡ଼ ଦେଇ ମନ୍ଦିର ଭିତରକୁ ପବେଶ କରୁଛନ୍ତି । ଭକ୍ତ ମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବା ସହ ଉତ୍ତର ଓ ପଶ୍ଚିମ ଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି । ଭିଆଇପିମାନେ ଅଲଗା ରାସ୍ତାରେ ମନ୍ଦିର ଭିିିତରକୁ ପ୍ରବେଶ କରି ଦର୍ଶନ କରୁଥିବା ଦେଖିବାକୁ ମିଳିଛି ।