ଶ୍ରୀମନ୍ଦିରରେ ଲାଗିବ ମହାପ୍ରସାଦ ରେଟ ଚାଟ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ଶ୍ରୀମନ୍ଦିର ଆନନ୍ଦବଜାର ଶୃଙ୍ଖଳା ସଂକ୍ରାନ୍ତ ବୈଠକରେ ଏକ ଗୁରୁତ୍ଵପୁର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଆନନ୍ଦ ବଜାରରେ ମହାପ୍ରସାଦ ସେବନ ଓ ବିକ୍ରି ଉପରେ ଆଲୋଚନା ହୋଇଛି । ଶ୍ରୀମନ୍ଦିରରେ ଆଗକୁ ରେଟ୍‌ ଚାଟ୍‌ ଲାଗିବାର ବ୍ୟବସ୍ଥା କରାଯିବା ନେଇ କହିଛନ୍ତି ମୁଖ୍ୟ ପ୍ରଶାସକ । ତେବେ ଖଜା ଗୋଟିଏ ପାର୍ଶ୍ବରେ, ମହାପ୍ରସାଦ ପାଇଁ ଅଲଗା ପାର୍ଶ୍ବରେ ବ୍ୟବସ୍ଥା ହେବ । ମହାପ୍ରସାଦ ପ୍ରସ୍ତୁତ ପାଇଁ କେବଳ ଓମ୍‌ଫେଡ ଘିଅ ବ୍ୟବହାର ପାଇଁ ନିର୍ଦ୍ଦେଶ ରହିଛି । ଯଦି କିଛି ବ୍ୟତିକ୍ରମ ହୁଏ ତାହେଲେ କାର୍ଯ୍ୟାନୁଷ୍ଠାନ ପାଇଁ କହିଛୁ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

ତେବେ ଅବଢ଼ା ମହାପ୍ରସାଦ ନିକଟରେ ଏଣିକି ଖଜା ଓ ଅନ୍ୟ ଶୁଖିଲି ଭୋଗ ବିକ୍ରି ନହୋଇ ସେଥିପାଇଁ ସ୍ବତନ୍ତ୍ର ଭାବେ ସ୍ଥାନ ସ୍ଥିରୀକୃତ ହେବ। ଆନନ୍ଦବଜାର‌ରୁ ଭକ୍ତ ମହାପ୍ରସାଦ କିଣିବା ବେଳେ ଯେପରି ଠକାମୀର ଶିକାର ହେବେ ନାହିଁ, ସେନେଇ ନିର୍ଦ୍ଧାରିତ ହେବ ଦର। ଏନେଇ ସୁଆର ମହାସୁଆର ପ୍ରତିନିଧିଙ୍କ ସହ ଆଲୋଚନା ହୋଇଛି । ଆନନ୍ଦବଜାରରେ କେବଳ ସୂପକାର ହିଁ ଅବଢ଼ା ବିକ୍ରି କରିବେ। କର୍ମଚାରୀମାନେ ଡ୍ରେସ କୋର୍ଡ ପରିଧାନକୁ ପ୍ରାଧାନ୍ୟ ଦେବେ। ଅବଢ଼ା ବିକ୍ରି ବେଳେ କୌଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ। ଆନନ୍ଦ ବଜାରରେ ଭକ୍ତମାନେ ଶୃଙ୍ଖଳିତ ଭାବେ ବିନା ଠକାମୀରେ କିପରି ଅବଢ଼ା ମହାପ୍ରସାଦ ପାଇବେ ତା ଉପରେ ଗୁରୁତ୍ବ ରହିବ । ଦର ନିର୍ଦ୍ଧାରଣ ପାଇଁ ସେବକଙ୍କୁ କୁହାଯାଇଛି।