ପ୍ରଧାନ ଶିକ୍ଷକ ଜାକିର ହୁସେନଙ୍କୁ ବିଦ୍ୟାଳୟ ପରିସରରେ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

କଟକ ସଦର  ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କଲରାବାଙ୍କ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜାକିର ହୁସେନ ଙ୍କୁ ଶନିବାର ଦିନ ବିଦ୍ୟାଳୟ ପରିସରରେ ଭବ୍ୟ ବିଦାୟ ସମ୍ବର୍ଦ୍ଧନା  ଜ୍ଞାପନ କରାଯାଇଛି।ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁନାକର ଭୋଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବ ରେ ବରିଷ୍ଠ ଶିକ୍ଷକ ଶେଖ୍ ଅବଦୁଲ ବୁରହାନ ଅତିଥି ପରିଚୟ ପ୍ରଦାନ କରିଥିଲେ। ନିଶ୍ଚିନ୍ତକୋଇଲି ବିଇଓ ସଂଯୁକ୍ତା ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମାହାଙ୍ଗା ବିଇଓ ମୋନାଲିସା ସରକାର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ ।ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ରାଉତ,

ଅବସରପ୍ରାପ୍ତ ବିଆରସିସି ସଦାଶିବ ବିଶ୍ୱାଳ,ସାମ୍ବାଦିକ ବିଜୟ କୁମାର ସ୍ୱାଇଁ,ଆଲୁମୁନି ସଭାପତି ଅଞ୍ଜନ କୁମାର ସାମନ୍ତ, ସମ୍ପାଦକ ଅଭିନ୍ନ ଚନ୍ଦ୍ର କେଶ,ଅବସରପ୍ରାପ୍ତ ଏବିଇଓ ମେନେକା ମହାପାତ୍ର, ସବିତା ଦାସ, ଶିକ୍ଷକ ନେତା ବନମାଳୀ ମହାରଣା, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଦାୟୀ ଶିକ୍ଷକ ଜାକିର ହୁସେନ ଙ୍କ କର୍ମମୟ ଜୀବନ ଉପରେ ଆଲୋକପାଥ କରିଥିଲେ। ବିଭିନ୍ନ ସ୍କୁଲର ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ଓ  ପୁରାତନ ଛାତ୍ର ଛାତ୍ରୀ ଙ୍କ ସମେତ ଗ୍ରାମବାସୀ ମାନେ ବିଦାୟୀ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ପରିଶେଷରେ କୈଳାସ ଚନ୍ଦ୍ର ସେଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ।