ସୁବର୍ଣ୍ଣପୁର ଜିଲ୍ଲା କଗ୍ରେସତରଫରୁ ଏକ ସାମ୍ବାଦିକ ସମ୍ମିଳନୀ

(ଓମ୍ ପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ସହର ରେ ଥିବା ପ୍ରୋଗେସିନୀ ହୋଟେଲ କନ୍ ଫରେନସ୍ ହଲ୍ ଠାରେ କଗ୍ରେସ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା କଗ୍ରେସ କମିଟି ର ସଭାପତି ଶଙ୍କର ଦାସ ଙ୍କ ନେତୄତ୍ତରେ ଏହି ସଭା ଆଯୋଜିତ ହୋଇଥିଲା । ଚଳିତ ବର୍ଷ ସ୍ପଳ୍ପ ବର୍ଷା ଯୋଗୁଁ ଚାଷୀମାନେ ଅନେକ ଅସୁବିଧା ର ସମ୍ବୁଖିନ ହେଉଛନ୍ତି ।ଯଦି କୈ।ଣସି ଯାଗାରେ ଚାଷ ଠିକ ଭାବେ ହୋଇଛି ତେବେ ସେଠାରେ ଚକଡା ପୋକ ଯୋଗୁଁ ଧାନ ସବୁ ନଷ୍ଟ ହୋଇଯାଇଛି ବୋଲି କହିଛନ୍ତି।
କଗ୍ରେସ କମିଟି ର ପୁବତନ ବିଧାୟକ ବିନୋଦ ପାତ୍ର କହିଛନ୍ତି କି ସୁବର୍ଣ୍ଣପୁର ଜିଲ୍ଲା କୁ କ୍ଷତି ପହଞ୍ଚାଇଥିବା ବେଳେ ଏବେ ମରୁଡି ଲୋକ ମାନଙ୍କ ର ମେରୁଦଣ୍ଡକୁ ଦୋହଲାଇ ଦେବାର ଆଶଙ୍କା ସୄଷ୍ଟି ହୋଇଛି।ବିଷକର ଫସଲ ନଷ୍ଟ ହେବା ଭୟରେ ଚାଷୀମାନେ ଆତଙ୍କିତ ହୋଇ ପଡିଛନ୍ତି।ଏଥିରୁ କିପରି ମୁକ୍ତି ମିଳିବ ସେନେଇ ସେମାନେ ଚିନ୍ତିତ ହୋଇ ପଡିଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି।
ଆଗାମି ଦିନରେ ଏହି ସମସ୍ୟାର ସମାଧାନ ନହୁଏ ତାହେଲେ ଜିଲ୍ଲା କଗ୍ରେସ କମିଟି ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲେ। ବରିଷ୍ଠ କଗ୍ରେସ ନେତା ନରଦେବ ଭୋଇ, ପ୍ରଦେଶ କଂଗ୍ରେସ ସଭାପତି ଜିତେନ୍ଦ୍ର ପଟ୍ଟନାୟକ, ବରିଷ୍ଠ କଗ୍ରେସ ନେତା ସବେଶ୍ୱର ପୁରୋହିତ, ପ୍ରମୁଖ ଉପସ୍ଥିତ ଥିଲେ।