ମଦରେ ଝୁମିଲେ ପୋଲିସ ବାବୁ

(ସୌମ୍ୟ ରଂଜନ ସେଠୀ ) : ନବରଙ୍ଗପୁର ଜିଲ୍ଲାରେ ପୁଣି ଖାକିରେ ଲାଗିଲା ଦାଗ । ମହିଳାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ରାସ୍ତାରେ ନାଚିଛନ୍ତି କନଷ୍ଟେବଳ । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବସଷ୍ଟାଣ୍ଡରେ ଥିବା ପୋଲିସ ପୋଷ୍ଟ ନିକଟରେ ।

ଖବର ମୁତାବକ ଜଣେ ପୁଲିସ କନେଷ୍ଟବଳ ସୁରେଶ ପାତ୍ର ମଦ ପିଇ ମାତାଲ ହେବା ପରେ ଭୁଲିଯାଇଛନ୍ତି ନିଜ ଦାୟିତ୍ୱ । ଜଣେ ବ୍ୟକ୍ତି ପରିବାର ସହ ଗୁପଚୁପ ଦୋକାନାରେ ଗୁପଚୁପ ଖାଇବାକୁ ଅଟକିଥିଲେ । ସେତିକି ରେ ସିମୀତ ହୋଇନଥିଲା ତାଙ୍କର ଅଭିନୟ କି ଛାଡିନଥିଲା ନିଶା । ସେ ମହିଳାଙ୍କୁ ଗାଳିଗୁଲଜ କରିବା ସହ ରାସ୍ତା ଉପରେ ଡ୍ୟାନ୍ସ କରିଥିଲେ । ଛାତିରେ ହାତ ପିଟି ଓ ନିଶକୁ ମୋଡି ବିଭିନ୍ନ ଅଙ୍ଗଭଙ୍ଗୀ ମଧ୍ୟ ପ୍ରଦର୍ଶନ କରିଥିଲେ ।