୫ ଟି ପିକଅପ ଭ୍ୟାନ ଯୋଗେ ଗୋରୁ ଚାଲାଣ ହେଉଥିବା ବେଳେ ମାଡିବସିଲା ବସିଲା ପୋଲିସ

କରଞ୍ଜିଆ:- କରଞ୍ଜିଆ ୫୩ ନମ୍ବର ରାଜ୍ୟ ରାଜପଥ ର କେନ୍ଦୁଜିଆଣି ତେଲ ନଦୀ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ୫ ଟି ପିକଅପ ଭ୍ୟାନ ଯୋଗେ ଗୋରୁ ଓ ମଇଁଷି ବୋଝେଇ କରି ଚାଲାଣ ହେଉଥିବା ବେଳେ ଠାକୁରମୁଣ୍ଡା ଥାନା ପୋଲିସ ଗାଡି ଗୁଡ଼ିକୁ ଜବତ କରିଛି । ବୋଝେଇ ହୋଇ ଯାଉଥିବା ୧୯ ଟି ଗୋରୁ ଓ ୧୭ ଟି ମଇଁଷି କୁ ଉଦ୍ଧାର କରି ୩ ଜଣ ଡ୍ରାଇଭରଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ତେବେ ଆଉ ୨ ଟି ଡ୍ରାଇଭର ଘଟଣାସ୍ଥଳ ରୁ ଫେରାର ଥିବାର ଜଣା ପଡ଼ିଛି ।

ସୂଚନା ଅନୁଯାୟୀ ଠାକୁରମୁଣ୍ଡା ଥାନା ଅଧିକରିଣୀ ସାବିତ୍ରୀ ଦଳେଇ ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ଯାଜପୁରରୋଡ଼ ଓ ଶାଳବଣିରୁ ଗୋରୁ ବୋଝେଇ ହୋଇ ଠାକୁରମୁଣ୍ଡା ଦେଇ ରାଇରଙ୍ଗପୁର ଆଡକୁ ୫ ଟି ପିକଅପ ଭ୍ୟାନ ଯାଉଥିବା ବେଳେ କେନ୍ଦୁଜିଆଣି ନିକଟ ତେଲନଦୀ ନିକଟରେ ଅଟକାଇ ଥିଲେ ।