ଭୁବନେଶ୍ୱର :- ମିଳି ପାରିଲାନି ମଞ୍ଚେଶ୍ୱର୍ ଫୁଟବଲ୍ ପଡ଼ିଆରୁ ମିଳିଥିବା ଅଚିହ୍ନା ଶବର ପରିଚୟ। ସାତଦିନ ପରେ ହେଲା ଶବ ସତ୍କାର। ମଞ୍ଚେଶ୍ୱର ଥାନା ପୋଲିସ କଲା ଅଚିହ୍ନା ମୃତଶରୀରର ସତ୍କାର। ମୃତକଙ୍କ ପରିଚୟ ଜାଣିବା ପାଇଁ ଘଣ୍ଟା, ଡ୍ରେସ୍, ଜୋତା ସହ ଶବ ପାଖରୁ ମିଳିଥିବା ଜିନିଷକୁ ସାର୍ବଜନୀନ କରିଥିଲା ପୋଲିସ। X ହ୍ୟାଣ୍ଡଲ୍ ରେ ପୋଷ୍ଟ କରିଥିଲେ ଭୁବନେଶ୍ଵର dcp। ଶବ ଚିହ୍ନଟକାରୀ ଙ୍କ ପାଇଁ କମିଶନରେଟ୍ ପୋଲିସ ରଖିଥିଲା 25ହଜାର ଟଙ୍କା ପୁରସ୍କାର।