ଦେଶର ସାମରିକ ମଧ୍ୟରୁ ଅଗ୍ନିବୀର ଯୋଜନା ହେଉଛି ଗୋଟିଏ । ଏହି ଯୋଜନା ବହୁ ବିରୋଧର ସମ୍ମୁଖୀନ ହୋଇଥିଲା। ଏହି ଯୋଜନା ଅନୁଯାୟୀ, ସେନାଙ୍କୁ କେବଳ ଚାରି ବର୍ଷ ପାଇଁ ନିଯୁକ୍ତି ଦିଆଯାଉଥିଲା । କିନ୍ତୁ ଏବେ ସେନାରେ ବଢ଼ିବ ‘ଅଗ୍ନିବୀର’ଙ୍କ ସ୍ଥାୟୀ କୋଟା । ଅଧିକରୁ ଅଧିକ ଅଗ୍ନିବୀରଙ୍କୁ ନିୟମିତ କରିବାକୁ ଚାହୁଁଛନ୍ତି ୩ ବାହିନୀ । ବିଶେଷକରି ନୌସେନା ୭୦ରୁ ୭୫% ଅଗ୍ନିବୀରଙ୍କୁ ନିୟମିତ ଚାହୁଁଛି । ସ୍ଥଳସେନା ଓ ବାୟୁସେନା ମଧ୍ୟ ୫୦% ଅଗ୍ନିବୀରଙ୍କୁ ନିୟମିତ ଚାହୁଁଛି ।

୨୦୨୬ ଅକ୍ଟୋବରକୁ ପ୍ରଥମ ବ୍ୟାଚ୍ ‘ଅଗ୍ନିବୀର’ଙ୍କ ୪ ବର୍ଷିଆ କାର୍ଯ୍ୟକାଳ ସରୁଛି । ପୂର୍ବରୁ ‘ଅଗ୍ନିପଥ ସ୍କିମ୍’ ଅନୁସାରେ ୨୫%ଙ୍କୁ ନିୟମିତ ଯୋଜନା ରହିଛି । ଅବଶିଷ୍ଟ ୭୫%ଙ୍କୁ ‘ସେବା ନିଧି’ ପ୍ୟାକେଜ୍ରେ ପ୍ରାୟ ୧୨ ଲକ୍ଷ ଟଙ୍କା ବ୍ୟବସ୍ଥା ରହିଛି । ମାତ୍ର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏନେଇ କୌଣସି ସୂଚନା ଜାରି ହୋଇନି । ଚଳିତ ବର୍ଷ ଅଗ୍ନିବୀରଙ୍କ ପ୍ରଥମ ବ୍ୟାଚ୍ ସେମାନଙ୍କର ଚାରି ବର୍ଷର କାର୍ଯ୍ୟକାଳ ପୂରଣ କରିବାକୁ ଯାଉଛନ୍ତି । ଫଳସ୍ୱରୂପ, ତିନୋଟି ସଶସ୍ତ୍ର ବାହିନୀରେ ଅଗ୍ନିବୀରଙ୍କ ସ୍ଥାୟୀ ନିଯୁକ୍ତି ବୃଦ୍ଧି କରିବା ସମ୍ପର୍କରେ ଆଲୋଚନା ତୀବ୍ର ହୋଇଛି । ବର୍ତ୍ତମାନ ନିୟମ ଅନୁଯାୟୀ, ଚାରି ବର୍ଷର କାର୍ଯ୍ୟକାଳ ପୂରଣ କରୁଥିବା ସର୍ବାଧିକ ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ନିୟମିତ ସୈନିକ ଭାବରେ ରଖାଯାଇପାରିବ ।
