ପୁରୀ ବାସିଙ୍କ ପାଇଁ ସକାଳ ୭ଟାରୁ ଖୋଳିଛି ପଶ୍ଚିମ ଦ୍ୱାର

ପୁରୀ: ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର । ପୁରୀ ବାସିଙ୍କ ପାଇଁ ସକାଳ ୭ଟାରୁ ଖୋଳିଛି ପଶ୍ଚିମ ଦ୍ୱାର । ପରିଚୟ ପତ୍ର ଦେଖାଇ ପ୍ରବେଶ କରିଛନ୍ତି ପୁରୀବାସୀ । ଆବଶ୍ୟକ ହେଲେ ପରବର୍ତ୍ତୀ ସମୟରେ ଅନ୍ୟ ଦୁଇ ଦ୍ୱାର ଖେଳାଯିବ ନେଇ ନିଷ୍ପତ୍ତି ନିଆଯିବ । ଗତକାଲି ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଏନେ ନିଷ୍ପତ୍ତି ହୋଇଥିଲା । ଛତିଶା ନିଯୋଗ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ନେଇ ଗଠିତ ସ୍ବତନ୍ତ୍ର ସବ-କମିଟିର ବୈଠକରେ ଏଭଳି ନିଷ୍ପତି ଗ୍ରହଣ କରାଯାଇଛି ।