ନିର୍ବାଚନରୁ ଓହରିବେ ଅଭିନେତା ପରେଶ ରାଓ୍ଵଲ

(ରିପୋର୍ଟସ ଟୁଡ଼େ)ଅହମ୍ମଦାବାଦ: ନିର୍ବାଚନ ଲଢିବେନି ବଲିଉଡର ବରିଷ୍ଠ ଅଭିନେତା ପରେଶ ରାଓ୍ଵଲ । ଭାଜପା ସାଂସଦ ପରେଶ ରାଓ୍ଵଲ ନିର୍ବାଚନ ଲଢିବାକୁ ଚାହୁଁନାହାଁନ୍ତି। ୨୦୧୪ରେ ପରେଶ ରାଓ୍ଵଲ ଅହମ୍ମଦାବାଦ ପୂର୍ବ ଲୋକସଭା ଆସନରୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ହିମ୍ମତ ସିଂହ ପଟେଲଙ୍କୁ ୩ ଲକ୍ଷରୁ ଅଧିକ ଭୋଟ୍ ବ୍ୟବଧାନରେ ପରାଜିତ କରି ବିଜୟୀ ହୋଇଥିଲେ। ହେଲେ ଦ୍ୱିତୀୟ ଥର ଲାଗି ଲୋକସଭା ନିର୍ବାଚନ ଲଢିବାକୁ ପ୍ରସ୍ତୁତ ନୁହଁନ୍ତି ପରେଶ ରାଓ୍ଵଲ।
ତାଙ୍କ ଅନିଚ୍ଛା ପରେ ସେହି ଆସନରୁ ନିର୍ବାଚନ ଲଢିବା ଲାଗି କେତେକ ବ୍ୟକ୍ତି ନିଜ ପାଇଁ ଲବି ଆରମ୍ଭ କରିଛନ୍ତି। ସେମାନଙ୍କ ଭିତରେ ଅଛନ୍ତି ସିନେ କଳାକାର ମନୋଜ ଯୋଶୀ, ଭାଜପାର ମୁଖପାତ୍ର ଭାରତ ପାଣ୍ଡ୍ୟା, ପୂର୍ବତନ ବିଧାୟକ ଭୂଷଣ ଭଟ୍ଟ, ପୂର୍ବତନ ମନ୍ତ୍ରୀ ନିର୍ମଳା ବାଧବାନୀ, ପୂର୍ବତନ ବିଧାୟକ ଜଗରୁ ସିଂହ ରାଜପୁତ, ଅହମ୍ମଦାବାଦ ସହର ଭାଜପା ସଭାପତି ଜଗଦୀଶ ପାଞ୍ଚାଲ୍ ଓ ବରିଷ୍ଠ ନେତା ମହେଶ ବସଓ୍ଵାଲା ପ୍ରମୁଖ।