ବାଣପୁର( ସୁଧିର କୁମାର ପାତ୍ର ) : ସତ୍ୟବାଦୀ ପଞ୍ଚସଖା ଯୁଗର ଅନ୍ୟତମସାଧକ, ଆଦର୍ଶ ଶିକ୍ଷକ,ଶିକ୍ଷାବିତ୍, ନିସ୍ୱାର୍ଥ ପରଜନ ସେବକ, ପ୍ରବୀଣ ରାଜନିତୀଜ୍ଞ, ଓଡ଼ିଆ ଭାଷା ସାହିତ୍ୟର ଏକ ନିଷ୍ଠପୂଜାରୀ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ପୁଣ୍ୟଆବିର୍ଭାବ ଦିବସ ସମାରୋହ ଜନ୍ମମାଟି ବାଣପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ଚିଲିକା ସାହିତ୍ୟ ସମାଜ ବାଲୁଗାଁ,ବାଣପୁର ମିଳିତ ଆନୁକୂଲ୍ୟରେ ନେହେରୁ ସେବା ସଂଘର କନକ ଭବନଠାରେ ଆୟୋଜିତ ଏହି ସମାରୋହରେ ସାହିତ୍ୟ ସମାଜର ସଭାପତି ବାଳମୁକୁନ୍ଦ ଦାସ ପୌରାହିତ୍ୟ କରି ଓଡ଼ିଶା ସାହିତ୍ୟ ଭଣ୍ଡାରକୁ ନିଜର ସାରସ୍ଵତ ସୃଷ୍ଟିରେ ରୁଦ୍ଧିମନ୍ତ କରିଥିବା ପୁଣ୍ୟଶ୍ଳୋକ ପଣ୍ଡିତ ଗୋଦାବରୀଶଙ୍କୁ ଜନ୍ମଦେଇ ବାଣପୁର ମାଟି ଆଜି ଗର୍ବିତ ବୋଲି କହି ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ଭାବରେ ବିଶିଷ୍ଠ ସାହିତ୍ୟିକ ଡକ୍ଟର ହରିହର କାନୁନଗୋ, ମୁଖ୍ୟବକ୍ତା ଭାବରେ ସୁସାହିତ୍ୟ ଡକ୍ଟର ପ୍ରମୋଦ କୁମାର ଦ୍ଵିବେଦୀ, ସମ୍ମାନୀତ ଅତିଥି ଭାବରେ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ ଏବଂ ଡ଼ାଦେବେନ୍ଦ୍ରନାଥ ମାନସିଂଯୋଗ ଦେଇଥିଲେ ।
ପଣ୍ଡିତ ମିଶ୍ର ପରାଧୀନ କାଳରେ ବହୁ କଷ୍ଟସ୍ଵୀକାର କରି ନିଜର ଏ କନିଷ୍ଠ ଉଦ୍ୟମ ବଳରେ କିପରି କଲିକତାରୁ ଏମଏ ପାସ କରିଥିଲେ । ସରକାରୀ ଚାକାରିକୁ ପ୍ରତ୍ୟାଖ୍ୟାନ କରି ଗୋପବନ୍ଧୁଙ୍କ ପ୍ରେରଣାରେ ସତ୍ୟବାଦୀ ବନ ବିଦ୍ୟାଳୟର ଶିକ୍ଷକତାକୁ ଆଦରିନେଇଥିଲେ । ତ୍ୟାଗ, ସେବା ଓ ସାଧନାର ବେଦୀରେ ନିଜ ଜୀବନକୁ ଉତ୍ସର୍ଗ କରି ଜନ୍ମଭୂମୀ ଉତ୍କଳର ନିସ୍ୱାର୍ଥସେବା କରିଥିଲେ । ପ୍ରତିଟି ଉତ୍କଳୀୟଙ୍କ ହୃଦୟରେ ଚିରକାଳ ବଞ୍ଚି ରହିଥିବେ ବୋଲି ପ୍ରକାଶ କରି ତାଙ୍କ ପ୍ରତି ଗଭୀର ଶ୍ରୀଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ପ୍ରଭାତରେ ବାଣପୁର ବାସୀଙ୍କ ତରଫରୁ ବଜାରରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ କବି ପୁରୁଷୋତ୍ତମ ମହାପାତ୍ରଙ୍କ ସଭାପତିତ୍ଵରେ ଚିଲିକା ସାହିତ୍ୟ ସମାଜର କବିମାନଙ୍କ ଦ୍ଵାରା ଏକମନୋଜ୍ଞ ସ୍ୱରଚିତ କବିତା ପାଠ ଅନୁଷ୍ଠିତ ହୋଇଥିଲା । ଏଥିରେ କବି ନୃସିଂହ ପ୍ରସାଦ ମିଶ୍ର, ଓମ ପ୍ରକାଶ ଅଗ୍ରୱାଲ ,ମଦନ ମୋହନ ମହାପାତ୍ର,ଆନନ୍ଦଚନ୍ଦ୍ରସେନାପତି, ଶିଶିର ଦାସ, ଶେଷଦେବ ମହାରଣା,ରୋଜି ମିଶ୍ର, ଡ଼ଃନୃସିଂହ ପ୍ରଧାନ,ଭିକାରୀଚରଣ ପ୍ରଧାନ, ରମେଶ ଚନ୍ଦ୍ର ମହାପାତ୍ର, ଗୋଲକ ବିହାରୀ ପରୀଡ଼ା ,ରବିମାନ ସିଂ, ଦେବାଶୀଷ ପଟ୍ଟନାୟକ, ପବିତ୍ର ବେହେରା,ସନ୍ତୋଷ କୁମାର ଦାଶ, ଶରତ କୁମାର ପଟ୍ଟନାୟକ, ପ୍ରଦୀପକୁମାର ଦାସ, ବିରେନ୍ଦ୍ର କୁମାର ତ୍ରିପାଠୀ ଯୋଗ ନେଇ ସ୍ଵରଚିତ କବିତା ଆବୃତ୍ତି କରିଥିଲେ । ଶେଷରେସଂପାଦକ ଅଧ୍ୟାପକ ଲକ୍ଷ୍ମୀଧର ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ ।