ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ପୁଣି ଥରେ ପଞ୍ଚାୟତ ମତଦାନ ଆରମ୍ଭ ହୋଇଛି । ୬୯୭ ବୁଥରେ ସାନି ମତଦାନ ଆରମ୍ଭ ହୋଇଛି । ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ମତଦାନ ଶେଷ ହେବ ସଂଧ୍ୟ ୫ଟା ଭିତରେ ।
ମୁର୍ଶୀଦାବାଦର ୧୭୫ଟି ବୁଥରେ, ମାଲଦାର ୧୧୨ ବୁଥରେ, ନଦୀଆର ୮୯ ବୁଥ୍ରେ, ଉତ୍ତର ୨୪ ପ୍ରଗଣାର ୪୬ ବୁଥରେ, ଦକ୍ଷିଣ ୨୪ ପ୍ରଗଣାର ୩୬ ବୁଥରେ, ପୂର୍ବମେଦିନୀପୁରର ୩୧ ବୁଥରେ, ହୁଗୁଳିର ୨୯ ବୁଥରେ, ଦକ୍ଷିଣ ଦିନାଜପୁରର ୧୮ ବୁଥରେ, ଜାଲପାଇଗୁରୀର ୧୪ ବୁଥରେ, ବୀରଭୂମୀର ୧୪ ବୁଥରେ, ପଶ୍ଚିମ ମେଦିନାପୁରର ୧୦ ବୁଥରେ, ବାଙ୍ଗରାର ୮ ବୁଥରେ, ହାୱଡ଼ାର ୮ ବୁଥରେ, ପଶ୍ଚିମ ବର୍ଦ୍ଧମାନର ୬ ବୁଥରେ, ପୁରୁଲିର ୪ ବୁଥରେ, ପୂର୍ବ ବର୍ଦ୍ଧମାନର ୩ ବୁଥରେ ଓ ଆଲିପୁରଦୁଆରର ଗୋଟିଏ ବୁଥରେ ସାନି ମତଦାନ ହେଉଛି ।
ସେପଟେ ପଶ୍ଚିମବଙ୍ଗରେ ଥମୁନି ହିଂସା । ହିଂସାରେ ଏପର୍ଯ୍ୟନ୍ତ ଗଲାଣି ୧୯ ଜଣଙ୍କ ଜୀବନ । ଶନିବାର ମତଦାନ ହୋଇଥିବା ବେଳେ,ବିଭିନ୍ନ ସ୍ଥାନରେ ହିଂସା ଓ ବୋମ ହୋଇଥିଲା ।ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଗଣ୍ଡଗୋଳ ହୋଇଛି । ବୁଥରେ ଭଙ୍ଗାରୁଜା କରିବା ସହ ବୋମାମାଡ଼ କରିଥିଲେ ଦୁର୍ବୃତ୍ତ ।